Pratidin TV

Odisha's Digital News Platform

ବିଜେପିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ , ଦୁଇଦିନ ତଳେ ଛାଡିଥିଲେ ଜେଏମ୍ଏମ୍ ..

1 min read

ସବୁ କଳ୍ପନା ଜଳ୍ପନା ଉପରେ ପଡ଼ିଲା ପୂର୍ଣ୍ଣଛେଦ । ବିଜେପିରେ ସାମିଲ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍।ରାଞ୍ଚିରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ୍ମ ଧରିଲେ ଚମ୍ପାଇ । ଶିବରାଜ ସିଂ ଚୌହାନ, ହିମନ୍ତ ବିଶ୍ବଶର୍ମାଙ୍କ ଉପସ୍ଥିତିରେ ସେ ବିଦ୍ଧିବଦ୍ଧ ଭାବେ ବିଜେପି ରେ ମିଶିଛନ୍ତି ।

ସେ ଦୁଇଦିନ ତଳେ ଜେଏମ୍ଏମ୍ ରୁ ଇସ୍ତଫା ଦେଇଥିଲେ । ଆଜି ସେ ସରକାରୀ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ବାବୁଲାଲ ମାରାଣ୍ଡି ଚମ୍ପାଇଙ୍କୁ ମାଳ ପିନ୍ଧାଇ ଭାଜପାରେ ସାମିଲ କରିଥିଲେ ।

Leave a Reply

Your email address will not be published. Required fields are marked *