Pratidin TV

Odisha's Digital News Platform

ଝାଡଖଣ୍ଡ ରାଜନୀତିରେ ହୁଲୁସ୍ତୁଲ ; ବିଧାୟକଙ୍କ ସହ ଦିଲ୍ଲୀ ବାହାରିଲେ ଚମ୍ପାଇ , ବିଜେପିରେ ହୋଇପାରନ୍ତି ସାମିଲ..

1 min read

ଝାଡ଼ଖଣ୍ଡ ରାଜନୀତିରେ ଅସ୍ଥିରତା । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି। କାରଣ ଏବେ ବିଦ୍ରୋହ ମୁଡ୍‌ରେ ଜେଏମ୍‌ଏମ୍‌ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌। ଚମ୍ପାଇ ସୋରେନଙ୍କ ସହ ୩ଜେଏମଏମ ବିଧାୟକ ରବିବାରି ଅପରାହ୍ନ ୩ଟାରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ବିଜେପି ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏୟାର ଇଣ୍ଡିଆର ବିମାନ ଯୋଗେ ଏମାନେ ନୂଆଦିଲ୍ଲୀ ପହଞ୍ଚିଛନ୍ତି।

ତେବେ ଚମ୍ପାଇ ସୋରେନ ଦିଲ୍ଲୀ ଯିବା କାରଣରୁ ରାଜନୈତିକ ଅସ୍ଥିରତା ଆହୁରି ତୀବ୍ର ହୋଇଛି। ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ ହେମ୍ବ୍ରୋମ, ସମୀର ମହାନ୍ତି ମଧ୍ୟ ଯୋଗାଯୋଗରେ ନାହାଁନ୍ତି। ଚମ୍ପାଇ ସୋରେନ ବିଜେପିର ବଡ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଦୁଇ ଦିନ ପୂର୍ବେ ତାଙ୍କ ଦଳ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା।ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା ଆସନ୍ତା ବିଧାନସଭା ନିର୍ବାଚନରେ ଆଦିବାସୀ ଭୋଟ ବ୍ୟାଙ୍କରେ ଏକ ବଡ଼ ସପୋର୍ଟ ସୃଷ୍ଟି କରିବାରେ ସହାୟକ ହେବ। କିନ୍ତୁ ଦଳ ଭିତରେ ଦଳଗତତା ମଧ୍ୟ ତୀବ୍ର ହେବ।

Advertisement

Leave a Reply

Your email address will not be published. Required fields are marked *