ସଢ଼େଇକଳାରୁ ବାଜିମାରି ନଲେ ଚମ୍ପାଇ ସୋରେନ,୨୦ହଜାରରୁ ଅଧିକ ଭୋଟରେ ହେଲେ ବିଜୟ…
1 min readଝାଡ଼ଖଣ୍ଡରେ ବଦଳିଲା ଗଣିତ। ପୁଣିଥରେ ସରକାର ଗଠନ କରିବ ଇଣ୍ଡିଆ ମେଣ୍ଟ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱାଧୀନ ମେଣ୍ଟ ବିଧାନସଭାର ୮୧ଟି ଆସନ ମଧ୍ୟରୁ ୫୭ଟିରେ ଆଗୁଆ ରହିଛି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଶାସକ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯାଇଛି। ଏଣୁ ହେମନ୍ତ ସୋରେନ ପୁଣି କ୍ଷମତା ହାତେଇ ରଖିବାରେ ସଫଳ ହୋଇଛନ୍ତି।
ହେଲେ ଏହାରି ମଧ୍ୟରେ ଜେଏମଏମ୍ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଚମ୍ପାଇ ସୋରେନ୍। ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର ପ୍ରାର୍ଥୀ ଗଶେଶ ମହାଲିଙ୍କୁ 20 ହଜାର ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁସାରେ, ସୋରେନ୍ ୧,୧୯,୩୭୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମହାଲି ୯୮,୯୩୨ ଭୋଟ ପାଇଛନ୍ତି । ଚମ୍ପାଇ ସୋରେନ୍ ୨୦, ୪୪୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । “ମହାରାଷ୍ଟ୍ରର ୨୮୮ଟି ଏବଂ ଝାଡଖଣ୍ତର ୩୮ଟି ଆସନରେ ମତଦାନ ଆରମ୍ଭ” ବିଶିଷ୍ଟ ରଜାନେତା ଏବଂ ଜେଏମଏମର ପ୍ରତିଷ୍ଠାତା ଶିବୁ ସୋରନେଙ୍କ ନିକଟତମ ସହଯୋଗୀ ଚମ୍ପାଇ ସୋରେନ୍ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲ । ଏହାପରେ ନିର୍ବାଚନରେ ବିଜେପି ଟିକେଟରୁ ସଢ଼େଇକଳା ରେ ପ୍ରତିଦ୍ବନ୍ଦିତା କରିଥିଲେ ଚମ୍ପାଇ ସୋରେନ୍ ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଗତ ଜାନୁଆରୀରରେ ଚମ୍ପାଇ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେମନ୍ତ ସୋରେନ ଜେଲରୁ ମୁକୁଳିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିଥିଲା । ଯେଉଁଥପାଇଁ ସେ ଅସନ୍ତୋଷ ପ୍ରକାଶ କରି ଜେଏମଏମ୍ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।