Pratidin TV

Odisha's Digital News Platform

ଆସ୍ଥା ଭୋଟ୍ ରେ ଜିତିଲେ ଚମ୍ପାଇ ସୋରେନ୍ , ସପକ୍ଷରେ ପଡିଲା ୪୭ ଭୋଟ୍ ..

1 min read

ଏବେ ଝାଡଖଣ୍ଡରେ ସରକାର ଗଢିବେ ଚମ୍ପାଇ ସୋରେନ୍ । କାରଣ ଆଜି ବିଧାନସଭାରେ ଚାଲିଥିବା ଆସ୍ଥା ଭୋଟରେ ଚମ୍ପାଇ ସୋରେନ୍ ବିଜୟୀ ହୋଇଛନ୍ତି । ୪୭ ବିଧାୟକଙ୍କ ସମର୍ଥନରେ ସେ ବହୁମତ ହାସଲ କରିଛନ୍ତି । ସେହିପରି ବିରୋଧୀଦଳକୁ ମିଳିଛି ମାତ୍ର ୨୯ଖଣ୍ଡ ଭୋଟ୍ । ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଚମ୍ପାଇ ସୋରେନଙ୍କୁ ବିଜୟୀ ଘୋଷଣା କରିଛନ୍ତି । ଏହି ଆସ୍ଥା ଭୋଟ୍ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବିଧାନସଭାରେ ଉପସ୍ଥିତ ରହି ଭୋଟ୍ ଦେଇଥିଲେ । ଚମ୍ପାଇ ସୋରେନ୍ ଆସ୍ଥା ଭୋଟ୍ ରେ ବିଜୟୀ ହେବାପରେ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବୀ ରଖାଯାଇଛି । ତେବେ ମଙ୍ଗଳବାର ଦିନ ପୁଣି ଥରେ ଗୃହରେ କାର୍ଯ୍ୟ ଆରମ୍ଭ ହେବ ।

ସୂଚନାଯୋଗ୍ୟ ଯେ, ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ହେମନ୍ତ ସୋରେନଙ୍କୁ ଜାନୁଆରୀ ୩୧ ରେ ଗିରଫ କରାଯାଇଥିଲା । ଏହା ପୂର୍ବରୁ ଇଡି ହେପାଜତରେ ଥିବାବେଳେ ସୋରେନ ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦାଖଲ କରିଥିଲେ । ଏହାପରେ ଫେବୃଆରୀ ୨ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚମ୍ପାଇ । ଗିରଫ ହୋଇଥିଲେ ମଧ୍ୟ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ହେମନ୍ତ ସୋରେନଙ୍କୁ ବିଧାନସଭାର ସଦସ୍ୟ ଭାବରେ ତାଙ୍କର ଅଧିକାରକୁ ସ୍ୱୀକୃତି ଦେଇ ଆସ୍ଥା ଭୋଟରେ ଯୋଗଦେବାକୁ ଅନୁମତି ଦେଇଥିଲେ । ଏହି ଆସ୍ଥା ଭୋଟରେ ହେମନ୍ତ ସୋରେନ୍ ବିଧାନସଭା ପହଞ୍ଚି ଭୋଟ୍ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *