Pratidin TV

Odisha's Digital News Platform

ବିପଦରେ ଚମ୍ପାଇ ସୋରେନଙ୍କ ଜୀବନ , ସୁରକ୍ଷା ଦେବେ ଝାଡ଼ଖଣ୍ଡବାସୀ …

1 min read

ମୋ ଜୀବନ ବିପଦରେ  । ଏପରି କିଛି ଅଭିଯୋଗ କରିଛନ୍ତି ନୂଆ କରି ବିଜେପିରେ ମିଶିଥିବା ଚମ୍ପାଇ ସୋରେନ। ହେମନ୍ତ ସୋରେନଙ୍କ ସରକାର ତାଙ୍କୁ ମିଳୁଥିବା ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଛନ୍ତି ଓ ତାଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି ବୋଲି ଚମ୍ପାଇ ସୋରେନ ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ଆଗରେ ଚମ୍ପାଇ ସୋରେନ ଅଭିଯୋଗ କରିଛନ୍ତି ଯେ ତାଙ୍କ ସୁରକ୍ଷା ଗାଡ଼ିକୁ ପ୍ରତ୍ୟାହାର କରି ନିଆଯିବା ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର।

ସେ କହିଛନ୍ତି, “ମୋ ସହ ଜଡ଼ିତ ଥିବା ସମସ୍ତ ସୁରକ୍ଷା ଗାଡ଼ିକୁ ଝାରଖଣ୍ଡ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର ବଳରେ ଏପରି ପଦକ୍ଷେପ ନିଆଯିବ ସହ ମୋ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି। ମୋ ଜୀବନ ଏବେ ବିପଦରେ। ତେବେ ମୁଁ ଏଥିର ଆଦୌ ଭୟଭୀତ ନୁହେଁ। ଝାରଖଣ୍ଡର ଲୋକମାନେ ମୋତେ ସୁରକ୍ଷା ପ୍ରଦାନ କରିବେ।”ନିଜ ଆଦର୍ଶ ଓ ମୂଲ୍ୟବୋଧରେ ସେ କେବେ ହେଲେ ବୁଝାମଣା କରିବେ ନାହିଁ ବୋଲି ଚମ୍ପାଇ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଏମଏମ ନେତୃତ୍ୱାଧୀନ ସରକାରଙ୍କୁ ଲୋକମାନେ ଉଚିତ ଜବାବ ଦେବେ ବୋଲି ଆଶା ରଖିଛନ୍ତି।

Advertisement

ବିଜେପି ଝାରଖଣ୍ଡରେ ରାଜନୀତିକ ନେତାକୁ କିଣୁଛି ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କରିଥିବା ଅଭିଯୋଗର ଜବାବ ମଧ୍ୟ ଚମ୍ପାଇ ଦେଇଛନ୍ତି। ସେ କହିଛନ୍ତି, “ମୋତେ କିଣିବାର ସାହାସ କାହା ପାଖରେ ନାହୀଁ। ଜେଏମଏମ ଛାଡ଼ିବାର କାରଣ ଓ ଉଦ୍ଦେଶ୍ୟ ମୁଁ ପୂର୍ବରୁ ସ୍ପଷ୍ଟ ଭାବେ କହି ସାରିଛି।” ଚମ୍ପାଇ ସୋରେନ ଅଗଷ୍ଟ ମାସରେ ଜେଏମଏମ ଛାଡ଼ି ବିଜେପିରେ ମିଶିଥିଲେ। ଜେଏମଏମର କାର୍ଯ୍ୟ ଶୈଳୀ ଓ ନୀତିକୁ ବିରୋଧ କରି ସେ ଦଳ ଛାଡ଼ିଥିବା କହିଥିଲେ।

Leave a Reply

Your email address will not be published. Required fields are marked *