Pratidin TV

Odisha's Digital News Platform

ମନ୍ଦିରରୁ ଚୋରୀ ହେଲା ଚନ୍ଦନ କାଠ ; ରାତି ଅଧରେ ପଶି ଗଛ କାଟିନେଲେ ଦୁବୁର୍ତ୍ତ

1 min read

ସୁନ୍ଦରଗଡ : ଆଜିକାଲିର ଚୋରମାନେ ନା ମଣିଷକୁ ଡରୁଛନ୍ତି ନା ଭଗବାନଙ୍କୁ । ରାତି ଅଧରେ ପଶି ମନ୍ଦିରରୁ ଚନ୍ଦନ ଗଛ କାଟିନେଲେ ଦୁବୁର୍ତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳର ବାବା ଲଙ୍ଗେଲେଶ୍ୱର ମନ୍ଦିରରେ।

ବୁଧବାର ମଧ୍ୟ ରାତ୍ରୀରେ ଚନ୍ଦନ ଗଛ କାଟି ନେଇଛନ୍ତି କିଛି ଦୁର୍ବୃତ୍ତ। ଆଉ ଏକ ଗଛକୁ ଅଧା କାଟି ଛାଡ଼ି ଯାଇଛନ୍ତି ଦୁର୍ବୃତ୍ତ । ସେଇଭଳି କୋଇଡା ଅଞ୍ଚଳର ବରିଷ୍ଟ ବ୍ୟକ୍ତି ବିଶ୍ଵନାଥ ଭଞ୍ଜଙ୍କ ବାଡ଼ିରୁ ସମାନ ଭାବରେ ଚନ୍ଦନ ଗଛ କାଟି ନେଇଥିବା ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *