Pratidin TV

Odisha's Digital News Platform

ନଦୀକୁ ଧସିଲା ଗାଁ ରାସ୍ତା , ଭୟଭିତ ଅବସ୍ଥାରେ ଉପକୂଳ ଗ୍ରାମବ।ସୀ

1 min read

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚରଦିଆ ପଂଚାୟତ କନକପଲ୍ଲୀ ଗାଁ ନିକଟରେ ପ୍ରବାହିତ ହୋଇଛି ମନ୍ତେଇ ନଦୀ । କନକପଲ୍ଲୀ ଗାଁ ସହ ସଂମ୍ପୁର୍ଣ୍ଣ ଚରଦିଆ ପଂଚାୟତ ପାଇଁ ମନ୍ତେଇ କୂଳରେ ତିଆରୀ ହୋଇଛି ସୁରକ୍ଷା ବନ୍ଦ ।

ଚାନ୍ଦବାଲି ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଦୀ ବନ୍ଦ ସୁରକ୍ଷା ପାଇଁ ପଥର ପେନିଂ ସହ ରାସ୍ତା ନିର୍ମାଣ କରାଯାଉଛି । ହେଲେ ବିଭାଗ ପକ୍ଷରୁ ଠିକାଦାରଙ୍କୁ ପ୍ରତ୍ସାହନ ପାଇଁ କାର୍ଯ୍ୟଦେଶ ହେଇଥିବାରୁ କେତେବେଳେ ରାସ୍ତା ଦବି ଯାଉଛିତ କେତେବେଳେ ନଦୀବନ୍ଦ ମଧ୍ୟ ନଦୀରେ ଆଁ ମଧ୍ୟକୁ ଯାଇଛି ।

Advertisement

ଆଜି ଭୋର ସମୟରେ ଚରଦିଆ ପଂଚାୟତ କନକ ପଲ୍ଲୀ ଗାଁ ନିକଟରେ ପୁଣି ଥରେ ଶହେ ଫୁଟର ସୁରକ୍ଷା ବନ୍ଦୀ ମଧ୍ୟ ନଦୀ ମଧ୍ୟକୁ ଧସି ଯାଇଛି । ଏପଟେ ମନ୍ତଇ ନଦୀରେ ମାଳ କୁମ୍ଭୀର , ଯଦି ଗାଁ ମଧ୍ୟକୁ ନଦୀର ଜୁଆର ପାଣି ପସି ଆସିବ ତେବେ କେତେଯେ ଲୋକଙ୍କ ଧନ ଜୀବନ କ୍ଷୟ କ୍ଷତି ହେବ ତାହା କହିବା ମୁସ୍କିଲ । ତେବେ ତୁରନ୍ତ ବିଭାଗ ପକ୍ଷରୁ କ୍ଷେତ୍ରିୟ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *