Pratidin TV

Odisha's Digital News Platform

ଲୋକପାଇଲଟ କହିଲେ କେମିତି ହେଲା ଦୁର୍ଘଟଣା? ଲାଇନଚ୍ୟୁତ ହେବା ପୂର୍ବରୁ ଶୁଭିଥିଲା ବଡ଼ ବିସ୍ଫୋରଣ ..

1 min read

ଉତ୍ତରପ୍ରଦେଶ ଗୋଣ୍ଡାରେ ହୋଇଥିଲା  ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ଏହି ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟ ହୋଇଥିବାବେଳେ 20 ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ସୁରକ୍ଷିତ ଅଛନ୍ତି ଲୋକୋପାଇଲଟ ।ଚଣ୍ଡିଗଡ଼ରୁ ଡିବ୍ରୁଗଡ଼ ଯାଉଥିଲା ଟ୍ରେନ । ପାଖାପାଖି ୨ଟା ୩୭ ମିନିଟ ବେଳେ ଉତ୍ତରପ୍ରଦେଶର ଗୋଣ୍ଡା ନିକଟରେ ଏହା ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ପ୍ରାୟ ୧୦ରୁ ୧୨ ବଗି ଟ୍ରାକରୁ ଖସି ପଡ଼ିଥିବାବେଳେ 20 ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଗୁରୁତରଙ୍କୁ ଚିକିତ୍ସା ସହାୟତା ବାବଦକୁ ୨ଲକ୍ଷ ୫୦ହଜାର ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ  “ପ୍ରଭୁ ଶ୍ରୀରାମ ଆହତଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ” ବୋଲି ନିଜ X ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯୋଗୀ ଆଦିତ୍ୟନାଥ । ତାହାସହିତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଜରୁରୀ ବୈଠକ ଡାକିଥିଲେ । ଦୁର୍ଘଟଣା ପରେ ରେଳବାଇ ନମ୍ବର ହେଲ୍ପ ଲାଇନ ନମ୍ବର ମଧ୍ୟ (୮୯୫୭୪୦୦୯୬୫) ଜାରି କରିଛନ୍ତି  । ପାଇଲଟ ଙ୍କ କହିବା ଅନୁଯାୟୀ ଟ୍ରେନ ଟ୍ରେନ୍ ଲାଇନଚ୍ୟୁତ ହେବା ପୂର୍ବରୁ ବିସ୍ଫୋରଣର ଶବ୍ଦ ଶୁଣିଛନ୍ତି  । ତେବେ ଏହା କେଉଁ ପ୍ରକାରର ବିସ୍ଫାରଣ ତାହା ଜଣାପଡ଼ି ନାହିଁ । ଏହି ଘଟଣାରେ ଏବେ  ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏହି ତଦନ୍ତ ରେଳ ସୁରକ୍ଷା କମିଶନରଙ୍କ ତଦନ୍ତ ଠାରୁ ଅଲଗା ହେବ।

Advertisement

Leave a Reply

Your email address will not be published. Required fields are marked *