Pratidin TV

Odisha's Digital News Platform

ବିଧିର ବିଧାନ କିଛି ଅଲଗା…ଭୋଜି ଖାଇ ହସ ଖୁସିରେ ଫେରୁଥିଲେ….ଦୁର୍ଘଟଣାର ଚାଲିଗଲା ଜୀବନ

1 min read

ବିବାହ ଭୋଜିରୁ ହସ ଖୁସିରେ ଫେରୁଥିଲେ | କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା | ଜାଣିନଥିଲେ ଅପେକ୍ଷା କରିଥିଲା ମୃତ୍ୟୁ | ହୋଇଗଲା ଦୁର୍ଘଟଣା | କାର ସହ ବସ ହେଲା ମୁହାଁମୁହିଁ | ଚାଲିଗଲା ୫ ଜୀବନ | ଏପରି ଅଭାବନୀୟ ଘଟଣା ହରିୟାନାର ରେବାଡି- ମହେନ୍ଦ୍ରଗଡ଼ ରୋଡରେ ଥିବା ସିହା ଗାଁ ନିକଟରେ ଘଟିଛି।

ତେବେ ସୂଚନା ମୁତାବକ, ଗତକାଲି ବିବାହ ଭୋଜି ଯୋଗ ଦେବା ପାଇଁ ୫ ଜଣ କାର ଯୋଗେ ଚାଙ୍ଗରୋଡ ଗାଁରୁ ବାହାରିଥିଲେ | ସେଠାରୁ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ନିଜ ଗାଁ ଠାରୁ ଅଳ୍ପ ଦୂରରେ ହୋଇଥିବାବେଳେ ଦ୍ରୁତ ଗତିରରେ ଆସୁଥିବା ବସ କାରଟିକୁ ଧକ୍କା ଦେଇଥିଲା | ସେହି ଘଟଣାସ୍ଥଳରେ ସମସ୍ତ ୫ଜଣଙ୍କର ମୃତ୍ୟୁ ଘଟିଥିଲା |

Advertisement

ମୃତକଙ୍କ ପରିଚୟ ମୃତକଙ୍କ ନାମ ଅଜିତ, ୪୫, ସୁନ୍ଦର, ୪୨, ଏବଂ ଚାର୍କି ଦାଦ୍ରିର ଚାଙ୍ଗ୍ରୋଡ ଗାଁର ବିଲୁ, ସୁରଟଙ୍କ ବ୍ୟତୀତ ୭୦ ବର୍ଷ ଏବଂ ଭବାନୀ ଜିଲ୍ଲାର ୫୫ ବର୍ଷର ପ୍ରତାପ ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳେ ପହଁଚି ଯାଞ୍ଚ କରି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି |

Leave a Reply

Your email address will not be published. Required fields are marked *