Pratidin TV

Odisha's Digital News Platform

ଇଶାନ ବୁଖାରୀକୁ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି , ଖୋଲିବ ସବୁ କଶ୍ମୀର ଲିଙ୍କ୍ ….

1 min read

ଭୁବନେଶ୍ୱର ; ରାଜ୍ୟରେ ହଇଚଇ ସୃଷ୍ଟି କରିଛି ଯାଜପୁରରୁ ବନ୍ଧା ହୋଇଥିବା ଆତଙ୍କୀ ମାମଲା । ସକାଳୁ ଉଠିଲେ ସଭିଙ୍କ ନଜର ବର୍ତ୍ତମାନ ଏଇ ଗୋଟିଏ ଖବର ଉପରେ । ଦୀର୍ଘ ୬ ବର୍ଷ ହେବ ଯାଜପୁର ଧର୍ମଶାଳରେ ରହି ଆତଙ୍କୀ ଇଶାନ ବୁଖାରୀ ନିଜକୁ ଡାକ୍ତର ସଜାଇ ଆଇନ ଆଖିରେ ଧୂଳି ଦେଇ ଆସୁଥିଲା । କିନ୍ତୁ ଏହା ଆଉ ଅଧିକ ଦିନ ତିଷ୍ଟି ପାରିନଥିଲା । ନିଜକୁ କେତେବେଳେ ଡାକ୍ତର ତ ପୁଣି କେତେବେଳେ ପିଏମଓ ଅଧିକାରୀ କହୁଥିଲା ଆଉ ବାସ୍ ଏସଟିଏଫ୍ ଆଉ ଫୋଲିସ ତାର ସାମାନ୍ୟ ଭୁଲକୁ ଜଗିବସିଥିଲେ । ନିକଟରେ ଇଶାନ କୁଖାରୀକୁ ଗିରଫ୍ କରି କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା ।

ସେଠାରେ ଜାମିନ ନାମଞ୍ଜୁର ହେବା ପରେ ଇଶାନ ବୁଖାରୀ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ବର୍ତ୍ତମାନ ଇଶାନ ଯାଜପୁର ରୋଡ ଉପ କାରାଗାରରେ ରହିଛି । ଆଜି ସେ ୫ ଦିନିଆ ରିମଣଅ୍‌ଡରେ ଯିବ ବୋଲି ସୂଚନା ରହିଛି । ପୋଲିସ ଚଣ୍ଡିଖୋଲ ଜେଏମଏଫ୍‌ସି କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା କିନ୍ତୁ କୋର୍ଟ ୫ ଦିନ ପାଇଁ ଅନୁମତି ଦେଇଛନ୍ତି ।

Advertisement

ତେବେ ଏହି ୫ ଦିନରେ ଇଶାନ ବୁଖାରୀ ସବୁ ତଥ୍ୟ ବାହାର କରିବାକୁ ଚେଷ୍ଟା କରିବ ପୋଲିସ । କୁହାଯାଉଛି, ଦେଶ ଭିତରେ ଥାଇ ବୁଖାରୀ ଇଣ୍ଟରନ୍ୟାସନାଲ କଲ୍ କରୁଥିଲା । ବ୍ୟାଙ୍କ୍ ଆକାଉଣ୍ଟରେ ମଧ୍ୟ ସନ୍ଦେହ ଜନକ ଟଙ୍କା କାରବାର ହେଉଥିଲା । ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ମଧ୍ୟ ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା କୁହାଯାଉଛି। ଯାହାର ତଥ୍ୟ ଲାଗିଛି ଝଞୠ ହାତରେ। ବର୍ତ୍ତମାନ ସୁଦ୍ଧା ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି। ଯେଉଁଥିରେ ହୋଇଥିବା ଅସ୍ୱାଭାବିକ କାରବାର ସଂପର୍କରେ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବଗତ କରାଯାଇଛି।

Leave a Reply

Your email address will not be published. Required fields are marked *