Pratidin TV

Odisha's Digital News Platform

ଗୁଜୁରାଟରେ ଥମୁନି ଚାନ୍ଦିପୁରା ଭାଇରସ ଆତଙ୍କ, ୪୪ ରୋଗୀଙ୍କ ଗଲାଣି ଜୀବନ

ଗୁଜୁରାଟରେ ଚାନ୍ଦିପୁରା ଭାଇରସ ଆତଙ୍କ ସୃତି କରିବାରେ ଲାଗିଛି | ଯେଉଁଠାରେ ଲୋକଙ୍କ ସଂକ୍ରମଣ ଖବର କ୍ରମାଗତ ଭାବେ ସାମ୍ନାକୁ ଆସୁଛି | ରିପୋର୍ଟ ଆକଳନ ଅନୁଯାୟୀ, ଗୁଜୁରାଟ ଚାନ୍ଦିପୁରା ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ୪୪ ରୋଗୀଙ୍କ ମୃତ୍ୟୁ ଘଟିଛି | ଏହାସହିତ ୧୨୪ ଟି ଚାନ୍ଦିପୁରା ଭାଇରସରେ ଆଂକରନ୍ତ ମାମଲା ପଞ୍ଜିକୃତ ହୋଇଛି |

ଗତ ୩ ସପ୍ତାହ ବିଷୟରେ କହିବାକୁ ଗଲେ ଗୁଜୁରାଟରେ ଚାନ୍ଦିପୁରା ଭାଇରସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଚାନ୍ଦିପୁରା ଭାଇରସ ସଂକ୍ରମିତ ୫୪ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ୨୬ ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି।

ସୂଚନା ଅନୁଯାୟୀ, ଗୁଜୁରାଟରେ ଚାନ୍ଦିପୁରା ଭାଇରସ ପ୍ରଥମେ ଗ୍ରାମାଞ୍ଚଳରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦେଖିବାକୁ ମିଳିଥିଲା। ଯାହା ପରେ ବର୍ତ୍ତମାନ ରୋଗୀମାନେ ଅହମ୍ମଦାବାଦ, ବରୋଦା, ରାଜକୋଟ, ସୁରଟ ପରି ମେଟ୍ରୋରେ ମିଳୁଛନ୍ତି। ତେବେ ରାଜସ୍ଥାନରେ ମଧ୍ୟ ଚାନ୍ଦିପୁରା ଭାଇରସରେ ଆକ୍ରାନ୍ତ ହେଲେଣି | ରାଜସ୍ଥାନରେ ଏପର୍ଯ୍ୟନ୍ତ ୬ଟି ମାମଲା ରୁଜୁ ହୋଇଛି। ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଚିକିତ୍ସିତ ହେଉଛନ୍ତି। ଏଥି ସହ ମଧ୍ୟପ୍ରଦେଶରେ ୨ ଜଣ ଏବଂ ମହାରାଷ୍ଟ୍ରରେ ୧ ଜଣ ରୋଗୀଙ୍କୁ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *