Pratidin TV

Odisha's Digital News Platform

ଚନ୍ଦ୍ରବାବୁ ନାଇଡୁ ମୋଦିଙ୍କୁ କଲେ ପ୍ରଶଂସା, କହିଲେ ୩ ମାସ ଯାଏଁ ନେଇନାହାନ୍ତି ବିଶ୍ରାମ

1 min read

ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବ ପୂର୍ବରୁ ଆଜି ଦିଲ୍ଲୀରେ NDAର ସଂସଦୀୟ ଦଳ ବୈଠକ ବସିଛି। ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଏହି ବୈଠକ ଆୟୋଜିତ ହୋଇଛି। ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ସଭାପତି ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ, ସହଯୋଗୀ ଦଳ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଶିବସେନାର ଏକନାଥ ସିନ୍ଦେଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି। ଏଥିରେ ମୋଦିଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଥିଲା |

ତେବେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ବହୁମତ ହାସଲ କରିଥିବାରୁ ସମସ୍ତଙ୍କୁ ଶୁଭକାମନା । ନିର୍ବାଚନ ସମୟରେ ୩ ମାସ ପ୍ରଧାନମନ୍ତ୍ରୀ ମୋଦୀ ଟିକିଏ ବି ବିଶ୍ରାମ କରିନାହାନ୍ତି । ଦିନରାତି ପ୍ରଚାର କରିଛନ୍ତି । ଯେଉଁ ଭାବନା ସହ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିଥିଲେ ସେହି ଭାବନା ସହ ପ୍ରଚାର ଶେଷ ମଧ୍ୟ କରିଥିଲେ । ଆନ୍ଧ୍ରପ୍ରଦେଶରେ ୩ଟି ସଭା ଓ ଗୋଟିଏ ବଡ ରାଲି କରିଥିଲେ । ଯାହା ଜରିଆରେ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଜିତିବା ସହଜ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ କାମ କରନ୍ତୁ, ଆମର ପୂରା ସମର୍ଥନ ରହିବ । ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଦୀ ଦେଶକୁ ବିଶ୍ୱ ଶକ୍ତି ଭାବେ ଉଭା କରିଛନ୍ତି । ଦେଶର କାୟାକଳ୍ପ ବଦଳାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗୌରବ ବିଦେଶରେ ବୃଦ୍ଧି କରିଛନ୍ତି । ଭାରତ ପାଖରେ ସଠିକ୍ ସମୟରେ ସଠିକ୍ ନେତା ଭାବେ ପ୍ରଧାନମନ୍ତ୍ରୀ ମୋଦୀ ରହିଛନ୍ତି । ଭାରତ ଆଗାମୀ ଦିନରେ ବିଶ୍ୱର ନେତୃତ୍ୱ ନେବ ।

ଲୋକସଭା ନିର୍ବାଚନରେ ଏଥର NDAକୁ ୨୯୨ ଆସନ ମିଳିଛି। ସେଥିରୁ ବିଜେପି ଏକାକୀ ପାଇଛି ୨୪୦ ଆସନ। ମ୍ୟାଜିକ୍ ନଂ ୨୭୨ ହୋଇଥିବାରୁ ସହଯୋଗୀ ଦଳର ସମର୍ଥନକୁ ନେଇ ବିଜେପି ଏଥର ସରକାର ଗଢିବାକୁ ଯାଉଛି। ଆସନ୍ତା ରବିବାର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *