Pratidin TV

Odisha's Digital News Platform

୯ ରେ ନୁହେଁ, ୧୨ ରେ ଶପଥ ନେବେ ଚନ୍ଦ୍ରାବାବୁ ନାଇଡୁ

1 min read

ଆନ୍ଧପ୍ରଦେଶରେ ଏଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ। ସେ ୯ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଏକ ରିପୋର୍ଟ ଅନୁସାରେ ସେ ଏହାକୁ ଘୁଞ୍ଚାଇ ୧୨ ତାରିଖ କରିଚାନ୍ତ୍ରୀତ୍ୱ | ତେବେ ସେ ଏବେ ୧୨ ତାରିଖରେ ନେବେ ଶପଥ |

ତେବେ ପ୍ରଧାମନ୍ତ୍ରୀ ତାଙ୍କ ଶପଥ ତାରିଖ ଘୁଞ୍ଚାଇ ଦେଇଛନ୍ତି | ଜୁନ ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାର ଥିବାରୁ ଚନ୍ଦ୍ରବାବୁ ତାଙ୍କ ଶପଥ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଛନ୍ତି। ନୂଆ ତାରିଖ ଅନୁସାରେ ଜୁନ ୧୨ରେ ଅମରାବତୀରେ ଏକ ଉତ୍ସବରେ ଚନ୍ଦ୍ରବାବୁ ଶପଥ ଗ୍ରହଣ କରିବେ।

ସୂଚନା ଅନୁଯାୟୀ, ଏହି ଶପଥ ସହ ତେଲୁଗ ଦେଶମ ପାର୍ଟି(TDP) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଏବଂ ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଦକ୍ଷିଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ୨0୧୯ ରେ YSR କଂଗ୍ରେସର ଜଗନ ମୋହନ ରେଡ୍ଡୀ ତାଙ୍କଠାରୁ ପଦ ଛଡ଼ାଇ ଆଣିଥିଲେ। ପାଞ୍ଚ ବର୍ଷ ପରେ ପୁଣି ସତ୍ତାକୁ ଫେରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ।

Leave a Reply

Your email address will not be published. Required fields are marked *