Pratidin TV

Odisha's Digital News Platform

ମୋଦିଙ୍କ ସରକାରରେ ଧନୀ ମନ୍ତ୍ରୀ ଚନ୍ଦ୍ରଶେଖର ପେମସାନି

1 min read

ଦେଶରେ ଆରମ୍ଭ ହୋଇଛି ମୋଦି ୩.୦ ସରକାର। ଗତକାଲି ରବିବାର ଦିନ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭବେଶପଥ ନେଇଛନ୍ତି ନରେନ୍ଦ୍ର ମୋଦି | ମୋଦିଙ୍କ ସହ ଶପଥ ନେବା ପରେ ତାଙ୍କ ମନ୍ତ୍ରୀ ମଣ୍ଡଳ ନେଇଛନ୍ତି ଶପଥ | ଚଳିତ ବର୍ଷ ୭୧ ସାଂସଦ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ସ୍ୱାଧୀନ ଚାର୍ଜ ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ଗତ ଦୁଇ ପାଳି ତଥା ୨0୧୪ରେ ମୋଦିଙ୍କ ୧୮ ଜଣ ଓ ୨0୧୯ ରେ ମୋଦିଙ୍କ ସହ ୨୫ ଜଣ କ୍ୟାବିନେଟ ମମନ୍ତ୍ରୀ ଭାବେ ଶାପଥ ନେଇଥିବା ବେଳେ ଏଥର ୩0 ଜଣ କ୍ୟାବିନେଟ ମନ୍ତ୍ରୀ ଗଠନ କରି ରେକର୍ଡ କରିଛି ମୋଦି ସରକାର | ମୋଦି ସରକାର ୩.0 ରେ ଅନେକ ନୂଆ ଓ ଯୁବ ସାଂସଦଙ୍କୁ କ୍ୟାବିନେଟ ମନ୍ତ୍ରୀପଦ ମିଳିଛି | ତେବେ ଏହି ମନ୍ତ୍ରୀ ମଣ୍ଡଳ ମଧ୍ୟରୁ ହଯୋଗୀ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରୁ ଅନେକ ସାଂସଦଙ୍କୁ ମିଳିଛି ମନ୍ତ୍ରୀ ପଦ । ତେବେ ଜଣଙ୍କ ନାଁ ଖୁବ ଚର୍ଚ୍ଚା ହେବାରେ ଲାଗିଛି | ଟିଡିପିର ୪୮ ବର୍ଷୀୟ ଚନ୍ଦ୍ରଶେଖର ପେମସାନିଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିବା ସମସ୍ତଙ୍କୁ ଆକର୍ଷିତ କରିଛି । କାରଣ ନରେନ୍ଦ୍ର ମୋଦି କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ ଅଟନ୍ତି ଚନ୍ଦ୍ରଶେଖର ପେମସାନି ।

Advertisement

ଚନ୍ଦ୍ରଶେଖର ପେମସାନି ଗୁଣ୍ଟୁରରୁ ନବନିର୍ବାଚିତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ଏବଂ ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ଜଣେ ରାଷ୍ଟ୍ରମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି ।ବୃତ୍ତିରେ ଡାକ୍ତର ଥିବା ସମୟରେ ଚନ୍ଦ୍ରଶେଖରଙ୍କୁ ୧୮ ତମ ଲୋକସଭା ନିର୍ବାଚନରେ ସବୁଠାରୁ ଧନୀ ପାର୍ଥୀ ବୋଲି କୁହାଯାଉଛି |

ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୩,୪୪,୬୯୫ ଖଣ୍ଡ ଭୋଟରେ ବିଜୟୀ ହୋଇ ମୋଦୀ ସରକାରଙ୍କ ତୃତୀୟ ପାଳିରେ ସାମିଲ ହୋଇଛନ୍ତି । ଚନ୍ଦ୍ରଶେଖର ପେମସାନି ଆନ୍ଧ୍ରପ୍ରଦେଶର ଶ୍ରୀକୁଲମରୁ ଲୋକସଭା ସାଂସଦ | ସେ ଟିଡି୍ପିର ମହାସଚିବ ସହ ବରିଷ୍ଠ ନେତା ୟେରେନ ନାଇଡୁଙ୍କ ପୁଅ । ସେହିପରି ମୋଦିଙ୍କ କ୍ୟାବିନେଟରେ ଆଉ ଜଣେ ରାଷ୍ଟ୍ର ମନ୍ତ୍ରୀ ହେଉଛନ୍ତି ଚନ୍ଦ୍ରଶେଖର ପେମସାନି । ତାଙ୍କ ପାଖରେ ମୋଟ ସମ୍ପତ୍ତି ଅଛି ୫୭୦୦ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *