Pratidin TV

Odisha's Digital News Platform

ଦୋହଲିଲା ଚନ୍ଦ୍ରପୃଷ୍ଠ ! ସୂଚନା ଜାରି କଲା ଚନ୍ଦ୍ରଯାନ-୩ ..

1 min read

କ’ଣ ଚନ୍ଦ୍ରରେ ଆସେ ଭୂମିକମ୍ପ ? କାହିଁକି ଓ କେତେ ତୀବ୍ରତାରେ ଚନ୍ଦ୍ରରେ ହୁଏ କମ୍ପନ ? ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଚନ୍ଦ୍ର ବିଷୟରେ ଜାଣିବା ପାଇଁ ବଢୁଛି ଉତ୍କଣ୍ଠା। ନୂଆ ନୂଆ ତଥ୍ୟ ଜାଣିବାକୁ ବ୍ୟଗ୍ର ଲୋକେ। ତେବେ ଏହାରି ମଧ୍ୟରେ ଚନ୍ଦ୍ରଯାନ-୩ ଉଠାଇଛି ଏହି ରହସ୍ୟ ଉପରୁ ପରଦା । ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଏହି କମ୍ପନକୁ ରେକର୍ଡ କରି ଜହ୍ନରେ ଭୂମିକମ୍ପର ଆଭାସ ର ସୂଚନା ଦେଇଛି ।  ଦକ୍ଷିଣମେରୁରୁ ପ୍ରାୟ ୨୫୦ରୁ ଅଧିକ  ଚନ୍ଦ୍ରକମ୍ପନ  ସଙ୍କେତ ଆସିଛି । ଏଥିରୁ ପ୍ରାୟ ୫୦ଟି ସଙ୍କେତ ରୋଭର ‘ପ୍ରଜ୍ଞାନ ’ର ଗତିବିଧି କାରଣରୁ ନୁହେଁ ବରଂ ଜହ୍ନରେ ସିସ୍ମିକ୍ ଆକ୍ଟିଭିଟି ଯୋଗୁ ହୋଇଥାଇ ପାରେ । ମୁନକ୍ବେକ୍ ସହିତ ଏହାର ସମ୍ପର୍କ ରହିଛି ବୋଲି ଅନୁମାନ କରୁଛନ୍ତି ଇସ୍ରୋ ବୈଜ୍ଞାନିକ ।  

ଚନ୍ଦ୍ରପୃଷ୍ଠରେ ଏଭଳି କମ୍ପନକୁ ପ୍ରଥମ ଥର ରେକର୍ଡ କରିଛି ଚନ୍ଦ୍ରୟାନ-୩ । ଦକ୍ଷିଣ ମେରୁର ଅନ୍ଧାରିଆ ପ୍ରାନ୍ତରେ ଲଗାତାର ଏହି କମ୍ପନ ସୃଷ୍ଟି ହେଉଛି । ଏହି ୫୦ କମ୍ପନ ଉପରେ ଅଧିକ ତର୍ଜମା କରିବାର ଆବଶ୍ୟକତା ରହିଛି । ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ବୈଜ୍ଞାନିକ ଉପକରଣ ତଥା ଇନଷ୍ଟ୍ରୁମେଣ୍ଟ ଫର୍ ଲୁନାର ସିସ୍ମିକ୍ ଆକ୍ଟିଭିଟି ଦ୍ବାରା ଚନ୍ଦ୍ରାୟାନ-୩ ଅବତରଣ କରିଥିବା ସ୍ଥଳରେ ପରୀକ୍ଷା କରାଯାଇଥିଲା । ଚନ୍ଦ୍ରର ଭୂତ୍ବରଣ ରେକର୍ଡ ପାଇଁ ଏଥିରେ ସିଲିକନ୍ ମାଇକ୍ରୋମେସିନିଂ ଟେକ୍ନୋଲୋଜି ଦ୍ବାରା ନିର୍ମିତ ସେନସର ବ୍ୟବହାର କରାଯାଇଥିଲା ।

ଇସ୍ରୋ ଲାବରେଟୋରୀ ଫର୍ ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ୍ସ ବା ଲିଓସରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚନ୍ଦ୍ରପୃଷ୍ଠରେ ରେକର୍ଡ କରାଯାଇଥିବା ୨୫୦ରୁ ଅଧିକ କମ୍ପନ ମଧ୍ୟରୁ ପ୍ରାୟ ୨୦୦ଟି ସଙ୍କେତ ରୋଭର ପ୍ରଜ୍ଞାନ ର  ଗତିବିଧି ଜନିତ। ମାତ୍ର ବାକି ୫୦ କମ୍ପନର କୌଣସି ସ୍ପଷ୍ଟୀକରଣ ନାହିଁ । ଏହା ଚନ୍ଦ୍ରରେ ଭୂକମ୍ପ ଯୋଗୁ ହୋଇଥାଏ ପରେ ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି ।

ଚନ୍ଦ୍ରପୃଷ୍ଠରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ  ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହୋଇଛି। ଭାରତୀୟ ସ୍ପେସ୍‌ ଏଜେନ୍ସି (ISRO) ଗତବର୍ଷ ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରାୟନ-୩ ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା  ।  । ଯେତେବେଳେ ଚନ୍ଦ୍ରାୟନ-୩ ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ସେତେବେଳେ ସମଗ୍ର ବିଶ୍ୱର ନଜର ଇସ୍ରୋ ଉପରେ ଥିଲା।ଏହା ପରେ ରୋଭର ‘ପ୍ରଜ୍ଞା’ ଲ୍ୟାଣ୍ଡର ବିକ୍ରମରୁ ବାହାରି ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିଥିଲା  । ଚନ୍ଦ୍ରପୃଷ୍ଠର ତାପ ପରିବହନ କ୍ଷମତା, କଂପନ ଓ ଚନ୍ଦ୍ରପୃଷ୍ଠ ନିକଟରେ ଥିବା ପ୍ଲାଜମା ସଂପର୍କରେ ତଥ୍ୟ ସଂଗ୍ରହ କରି ପଠାଇଛି । ଏହାର ସହିତ ଚନ୍ଦ୍ରପୃଷ୍ଠରେ ସୃଷ୍ଟି ହୋଇଥିବା କମ୍ପନକୁ ମଧ୍ୟ ରେକର୍ଡ କରିଛି ।…

Leave a Reply

Your email address will not be published. Required fields are marked *