Pratidin TV

Odisha's Digital News Platform

ପୁଣିଥରେ ଜହ୍ନ ରାଇଜକୁ ଯିବ ଭାରତ , ୨୦୨୮ ରେ ଲଞ୍ଚ ହେବ ଚନ୍ଦ୍ରଯାନ -୪…

1 min read

ଚନ୍ଦ୍ରଯାନ-୩ ର ସଫଳତା ପରେ ଏବେ ଭାରତ ଲଞ୍ଚ କରିବ ଚନ୍ଦ୍ରଯାନ-୪ । ଯାହାର ଲଞ୍ଚ ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ଇସ୍ରୋ । ୨୦୨୮ ରେ ଚନ୍ଦ୍ର ଯାନ -୪ ଲଞ୍ଚ କରିବ ଭାରତ । ଇସ୍ରୋର ସ୍ପେସ୍ ଆପ୍ଲିକେସନ ସେଣ୍ଟର ର ଡକ୍ଟର ନୀଲେଶ ଦେଶାଇ ଏନେଇ ସୂଚନା ଦେଇ କହିଛନ୍ତି ଯେ । ଆସନ୍ତା ୨୦୨୮ ରେ ଚନ୍ଦ୍ରଯାନ-୪ ଲଞ୍ଚ କରାଯିବ । ଏବଂ ଏହି ମିଶନକୁ ଲୁପ୍ସେକ୍ସ ମିଶନ ମଧ୍ୟ କୁହାଯିବ । ଏହି ମିଶନରେ ଚନ୍ଦ୍ରଯାନ-୪ ଚନ୍ଦ୍ରୁରୁ ପଥର ଆଣି ଭାରତକୁ ଫେରିବ । ନିକଟରେ ସଫଳ ହୋଇଥିବା ଚନ୍ଦ୍ରଯାନ-୩ ମିଶନ ଭଳି ସଫଳତାର ସହିତ ଚନ୍ଦ୍ରଯାନ-୪ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ତେବେ ଯଦି ଏହା ସଫଳ ହୁଏ, ତେବେ ଚନ୍ଦ୍ରଯାନ-୪ ଭାରତକୁ ଚତୁର୍ଥ ରାଷ୍ଟ୍ର ଭାବେ ପରିଣତ କରିବ ଯାହାକି ଚନ୍ଦ୍ର ପୃଷ୍ଠରୁ ନମୁନା ଆଣି ପୃଥିବୀକୁ ଫେରିବ । ଭାରତୀୟ ମହାକାଶ ଏଜେନ୍ସି ମଧ୍ୟ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ଭାରତୀୟଙ୍କୁ ପଠାଇବାକୁ ଯୋଜନା କରୁଛି । ଚନ୍ଦ୍ରକୁ ଜଣେ ବ୍ୟକ୍ତି ପଠାଇବା ପାଇଁ ଆମର ଆଗାମୀ ୧୫ ବର୍ଷ ଅଛି ବୋଲି ନିଲେଶ ଦେଶାଇ କହିଛନ୍ତି । ଏହି ମିଶନ ଦକ୍ଷିଣ ପୋଲ ନିକଟରେ ଅବତରଣ କରିବ ଏବଂ ପଥର ନମୁନା ସଂଗ୍ରହ କରିବ , ଯାହା ବିଶ୍ଳେଷଣ ପାଇଁ ପୃଥିବୀକୁ ଫେରାଇ ଦିଆଯିବ । ଚନ୍ଦ୍ର ଯାନ-୪ ମିଶନ ପୂର୍ବ ମିଶନ ତୁଲନାରେ ଅଧିକ ଦୁରତା ଅତିକ୍ରମ କରିବ । କାରଣ ଏହି ମିଶନରେ ୩୫୦ କିଲୋଗ୍ରାମର ରୋଭର ନିୟୋଜିତ କରାଯିବ । ଏହି ମିଶନ ସମ୍ଭବତଃ ଭାରତର ହେଭି-ଲିଫ୍ଟ GSLV Mk III କିମ୍ବା LVM3 ଲଞ୍ଚ ଯାନ ବ୍ୟବହାର କରିବ ।

Advertisement

Leave a Reply

Your email address will not be published. Required fields are marked *