Pratidin TV

Odisha's Digital News Platform

ଜହ୍ନରେ ଭୂକମ୍ପ ! ଲ୍ୟାଣ୍ଡର ବିକ୍ରମ ଦେଲା ନୂଆ ତଥ୍ୟ ….

1 min read

ନୂଆଦିଲ୍ଲୀ : ଥରିଲା ଜହ୍ନ , ହେଲା ଭୂକମ୍ପ । ଚନ୍ଦ୍ରପୃଷ୍ଠରେ ପାଦ ଥାପିବାର ୮ ଦିନ ଦିନ ଏଭଳି କିଛି ଅବିଶ୍ୱସନୀୟ ତଥ୍ୟ ଦେଇଛି ଲ୍ୟାଣ୍ଡର ବିକ୍ରମ । ଲ୍ୟାଣ୍ଡର ବିକ୍ରମରେ ଏପରି ଉପକରଣ ଖଞ୍ଜା ଯାଇଛି ଯେ, ଯାହା ଚନ୍ଦ୍ରପୃଷ୍ଠରେ କମ୍ପନର ଗତିବିଧିକୁ ରେକର୍ଡ କରିବାରେ ସକ୍ଷମ ହୋଇପାରିବ। ଏହି ଉପକରଣ ଗୁରୁବାର ଦିନ ଚନ୍ଦ୍ରପୃଷ୍ଠରେ ଭୂକମ୍ପ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବାକୁ ପାଇଛି। ଏହା ରୋଭର ପ୍ରଜ୍ଞାନ ଓ ଅନ୍ୟ ପ୍ଲେଲୋଡ୍ସର ଗତିବିଧିକୁ ରେକର୍ଡ କରିବାରେ ସକ୍ଷମ ହୋଇଛି।

ସୂଚନା ଅନୁଯାୟୀ ଗତ ୨୬ ତାରିଖରେ ଏପରି ପ୍ରାକୃତିକ କମ୍ପନ ରେକର୍ଡ କରାଯାଇଥିଲା। ଏହାର ସ୍ରୋତର ଯାଞ୍ଚ କରାଯାଉଥିବା କହିଛି ଇସ୍ରୋ । ଇସ୍ରୋ ମୁତାବକ ଚନ୍ଦ୍ରକୁ ପଠାଯାଇଥିବା ଓଖଝଇର ଉଦ୍ଦେଶ୍ୟ ପ୍ରାକୃତିକ ଭୂକମ୍ପ, ତାହାର ପ୍ରଭାବ, ଏଥିଯୋଗୁ ହେଉଥିବା କମ୍ପନକୁ ମାପିବା । ଏନେଇ ଗୁରୁବାର ଦିନ ଇସ୍ରୋ(ଓଝଜଙ) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।

ଅନ୍ୟପଟେ ଚନ୍ଦ୍ରୟାନ-୩ ମିଶନ ଆରମ୍ଭରେ ଆଶା କରାଯାଉଥିଲା ଯେ, ରୋଭର୍ ୧୪ ଦିନରେ ସର୍ବାଧିକ ୫ ଶହ ମିଟର ଗଡ଼ିବ। ଏହାକୁ ଦୈନିକ ୫ ମିଟରରୁ ୩୦ ମିଟର ବାଟ ଚଲାଇବା ପାଇଁ ଲକ୍ଷ୍ୟ ରହିଥିଲା। ହେଲେ ଲ୍ୟାଣ୍ଡର ଅବତରଣ ସ୍ଥଳରେ ବହୁସଂଖ୍ୟାରେ ଗର୍ତ୍ତ ଓ ପଥର ଆଦି ଥିବାରୁ ରୋଭର ଧୀରେ ଧୀରେ ଆଗକୁ ବଢ଼ୁଛି ।

Leave a Reply

Your email address will not be published. Required fields are marked *