ଚନ୍ଦ୍ରଯାନ-୩ ପାଇଁ ଆଉ ଅଳ୍ପବାଟ ଜହ୍ନ , ଅଗଷ୍ଟ ୨୩ ରେ ଏହି ସମୟରେ ‘ବିକ୍ରମ’ କରିବ ଅବତରଣ ….
1 min readନୂଆଦିଲ୍ଲୀ : ଚନ୍ଦ୍ରର ଆହୁରି ନିକଟତର ହୋଇପଡିଛି ଚନ୍ଦ୍ରଯାନ-୩ । ମାତ୍ର ଆଉ ୨୫ କିଲୋମିଟର ଦୂରରେ ଅଛି ଚନ୍ଦ୍ରଯାନ । ଗତକାଲି ରାତି ଗୋଟାଏ ୫୦ ମିନିଟରେ ଚୂଡାନ୍ତ କକ୍ଷପଥ ପରିବର୍ତନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।
ଇସ୍ରୋରୁ ମିଳିଥିବା ଖବର ଅନୁଯାୟୀ ଆଉ ମାତ୍ର ୩ ଦିନ ମଧ୍ୟରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ -୩ ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ (ବିକ୍ରମ) ଲ୍ୟାଣ୍ଡର । ଆସନ୍ତା ୨୩ ତାରିଖ ବୁଧବାର ଅପରାହ୍ନ ୫ଟା ୪୫ରୁ ଚନ୍ଦ୍ରୟାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏହାପରେ ସନ୍ଧ୍ୟା ୬ଟା ୪ ମିନିଟରେ ଏହା ଚନ୍ଦ୍ରପୃଷ୍ଟରେ ଅବତରଣ କରିବ । ଏହାପରେ ତାର ପ୍ରଥମ ଜାର୍ଯ୍ୟ ରହିବ ଚନ୍ଦ୍ରପୃଷ୍ଠ କେଉଁ ପଦାର୍ଥରେ ତିଆରି ତାହାକୁ ବାହାର କରିବା । ଦ୍ୱିତୀୟରେ ଚଂନ୍ଦ୍ରରେ ଜଳର ସନ୍ଧାନ ।
ସେହିଭଳି ପ୍ରପଲସନ ମଡ୍ୟୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ ।ବାୟୁମଣ୍ଡଳ ସଂପର୍କରେ ତଥା ମେଘରୁ ଆସୁଥିବା ଆଲୋକର ପୋଲାରାଇଜେସନ ସଂପର୍କରେ ତଥ୍ୟ ସଂଗ୍ରହ କରିବ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।