Pratidin TV

Odisha's Digital News Platform

ପୁରୀ ଆସି ‘ଜଗା’ ଦର୍ଶନ କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

1 min read

ପୁରୀ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ କଳ୍ପନା ସୋରେନ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗତକାଲି ଭୁବନେଶ୍ବରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ। ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବଡ ଦାଣ୍ଡରେ ପହଞ୍ଚିବା ପରେ ପୁରୀ ଏସପି କେ ବିଶାଲ ସିଂ ତାଙ୍କୁ ସ୍ଵାଗତ କରିଥଲେ। ପରେ ସେବାୟତ ମାନେ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ଵାଗତ କରିଥିଲେ। ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ ବାଇଶି ପାହାଚ ଦେଇ ଶ୍ରୀ ମନ୍ଦିରକୁ ପ୍ରଵେଶ କରିଥିଲେ। ପ୍ରଥମେ ପ୍ରଭୂ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀ ମନ୍ଦିର କୁ ପ୍ରବେଶ କରିଥିଲେ।

ଗର୍ଭ ଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥଲେ। ପରେ ଶ୍ରୀ ମନ୍ଦିର ବେଢ଼ାରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ। ପରେ ବାଇଶି ପାହାଚ ଦେଇ ପ୍ରତ୍ୟାବର୍ତ୍ତନ କରିଥଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ କଳ୍ପନା ସୋରେନ। ପରେ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇ ଥିଲେ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ। ସେ କହିଥିଲେ ଓଡ଼ିଶା ଆସି ମହାପ୍ରଭୁ ଙ୍କ ଦର୍ଶନ ନ କରିବା ସମ୍ଭବ ନୁହେଁ। ଏଣୁ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ସେ ମହାପ୍ରଭୁଙ୍କ ନିକଟକୁ ଆସିଥିଲେ।

Advertisement

Leave a Reply

Your email address will not be published. Required fields are marked *