Pratidin TV

Odisha's Digital News Platform

ରାଜ୍ୟର ପ୍ରଥମ ମହିଳା ଆର୍ମି ଡାକ୍ତର ହୋଇ ଜୋୟା ରଚିଲେ ଇତିହାସ । ଏବେ ବଞ୍ଚାଇବେ ଯବାନଙ୍କ ଜୀବନ…..

1 min read

ଛତିଶଗଡର ଦୁର୍ଗମ ଜିଲ୍ଲାର ଝିଅ ଜୋୟା ମିର୍ଜା ବାରତୀୟ ସେନାର କମିଶନ ଲେପ୍ଟନାଣ୍ଟ ଡାକ୍ତର ଭାବେ ରାଜ୍ୟର ପ୍ରଥମ ମହିଳା ଭାବେ ଇତିହାସ ରଚିଛନ୍ତି । ସେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପୁଣେର ଆର୍ମଡ୍ ଫୋର୍ସ ମେଡିକାଲ କଲେଜ୍ ରେ ସଫଳତାର ସହିତ ଏମବିବିଏସ୍ ସମାପ୍ତ କରିବା ପରେ ଏହି ମହତ୍ତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ପିଲାଦିନରୁ ଜୋୟା ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯାହା ତାଙ୍କ ଶିକ୍ଷା ଉପରେ ପ୍ରଭାବ ପକାଇଥିଲା । ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମଧ୍ୟ ଜୋୟା ନିଜ ଲକ୍ଷ ପଥରୁ ବିଚ୍ୟୁତ ହୋଇନଥିଲେ । ଜୋୟା ମିର୍ଜାଙ୍କ ଏହି ଯାତ୍ରା ଦର୍ଶାଏ ଯେ ସେ ଏହି ପ୍ରସ୍ତୁତି ପାଇଁ କେତେ ଉତ୍ସର୍ଗୀକୃତ, କଠିନ ପରିଶ୍ରମ ଏବଂ ଦୃଢ ଉଦ୍ଦେଶ୍ୟ ରଖିଛନ୍ତି ଏବଂ ବର୍ତ୍ତମାନ ସେ ଦେଶ ସେବା କରିବାର ସୁଯୋଗ ପାଇଛନ୍ତି । ଜୋୟା ମିର୍ଜା ସୋମବାର ଠାରୁ ତାଙ୍କ ଡ୍ୟୁଟିରେ ଯୋଗ ଦେଇଛନ୍ତି।

ଡ୍ୟୁଟିରେ ଯୋଗଦେବା ପୂର୍ବରୁ ଜୋୟା ମିର୍ଜା କିଛି ମିଡିଆ ହାଉସକୁ ସାକ୍ଷାତକାର ମଧ୍ୟ ଦେଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ସେ ପିଲାଦିନରୁ ଅଧ୍ୟୟନରେ ବ୍ୟସ୍ତ ଥିଲେ । ତାଙ୍କ ଜେଜେମାଆ ସର୍ବଦା ଚାହୁଁଥିଲେ ଯେ ସେ ଜଣେ ଡାକ୍ତର ହୁଅନ୍ତୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। ତେବେ ଜୋୟା ମିର୍ଜା ଡାକ୍ତର ହେବାର ଗୋଟିଏ ବର୍ଷ ପୂର୍ବରୁ ତାଙ୍କ ଜେଜେମା’ଙ୍କ ଦେହାନ୍ତ ହୋଇଥିଲା। ଜୋୟା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାର ମଧ୍ୟ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛନ୍ତି। ତା’ପରେ ନିକଟସ୍ଥ ଏକ ବିଦ୍ୟାଳୟରେ ଜୋୟାଙ୍କ ଆଡମିଶନ କରାଯାଇଥିଲା। କାରଣ ଏକ ଭଲ ବିଦ୍ୟାଳୟର ଫି ଦେବାକୁ କୌଣସି ପରିସ୍ଥିତି ନଥିଲା । ସେ କେପିଏସ୍ ଭିଲାଇ ସ୍କୁଲରୁ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ଜୋୟା ଘଋଋଞ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ ।

Advertisement

ପିତାଙ୍କ ବିଶ୍ୱାସ
ଜୋୟା ମିର୍ଜା ୨୦୧୯ ରେ NEET କ୍ଲିଅର କରିଥିଲେ । ତାଙ୍କୁ AFMC ରେ ଚୟନ କରାଯାଇଥିଲା । ଯେଉଁ ବର୍ଷ ସେ ମନୋନୀତ ହୋଇଥିଲେ, ଝିଅମାନଙ୍କ ପାଇଁ କଟ୍ ଅଫ୍ ଥିଲା ୬୨୦ । ଏହି ପରୀକ୍ଷାରେ ସେ ୬୨୨ ମାର୍କ ପାଇଥିଲେ । ଏଠାରୁ ସାଢେ ଚାରି ବର୍ଷର ପାଠ୍ୟକ୍ରମ ସମାପ୍ତ କରିବା ପରେ, ସେ ନିଜ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଥିଲେ । ସେ ସମ୍ପୂର୍ଣ୍ଣ ଗର୍ବରେ କହିଛନ୍ତି ଯେ ବର୍ତ୍ତମାନ ମୁଁ ଦେଶର ସେବା କରିବାକୁ ସମର୍ଥ ହେବି। ଜୋୟା ମିର୍ଜାଙ୍କ ପିତା ଶ।ମିମ ମିର୍ଜା ଝିଅର ସଫଳତା ଉପରେ କହିଛନ୍ତି ଯେ ଜୋୟା ସମସ୍ତ ପ୍ରକାରର ଆହ୍ୱାନର ସମ୍ମୁଖୀନ କରିପାରନ୍ତି ଝିଅ ପ।ଇଁ ମୁଁ ବୋହୁତ ଗର୍ବିତ ।

Leave a Reply

Your email address will not be published. Required fields are marked *