Pratidin TV

Odisha's Digital News Platform

ଜ୍ୱରରୁ ସୁସ୍ଥ ହେବେ ଚତୁର୍ଦ୍ଧାମୂରତୀ , ଲାଗିବ ଦଶମୂଳ ମୋଦକ ……

ଆଜି ଅସୁସ୍ଥ ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ । ଏହାକୁ ସେବନ କରି ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି ।
ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଏହାକୁ ସେବନ ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି।

ତା’ ପରେ ମହାପ୍ରଭୁଙ୍କ ନିକଟରେ ଖଳି ପହଞ୍ଚିବ । ଏହାପରେ ଖଲି ଲାଗି କରାଯିବ । ଆସନ୍ତାକାଲି ମହାପ୍ରଭୁ ସୁସ୍ଥ ହେବା ନେଇ ଶୁଭ ଖବର ଶ୍ରୀନଅରରେ ଥିବା ଗଜପତି ମହାରାଜାଙ୍କୁ ଦିଆଯିବ । ଏହି ଅବସରରେ ମହାପ୍ରଭୁଙ୍କ ସୁସ୍ଥତାର ପ୍ରମାଣ ସୂରୁପ ଅଣସରରେ ମହାପ୍ରଭୁଙ୍କୁ ଲାଗି ହୋଇଥିବା କରାଳ ଚନ୍ଦନ, ଚନ୍ଦନ, ପାଟ ଡୋରକୁ ଏକ ରୂପା ଥାଳିରେ ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ । ଏହାପରେ ଗଜପତି ମହାରାଜାଙ୍କ ସହ ରଥ ଯାତ୍ରାର ସୁପରିଚାଳନା ସମ୍ପର୍କରେ ଆଲୋଚନା କରାଯିବ ।

Leave a Reply

Your email address will not be published. Required fields are marked *