Pratidin TV

Odisha's Digital News Platform

ନିଜ ମୃତ୍ୟୁର ମିଛ ନାଟକ କରି ଫସିଲେ ପୁନମ ପାଣ୍ଡେ , ଏବେ ଜେଲ୍ ଯିବେ ଅଭିନେତ୍ରୀ …

ବୋଲ୍ଡ ଫଟୋ ଓ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ବେଶ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ । ହେଲେ ଏବେ ନିଜ ଉପରେ ନିଜେ ହିଁ ଭାରି ପଡିଯାଇଛନ୍ତି । ଏବେ ଅଡୁଆରେ ପଡିଛନ୍ତି ପୁନମ ପାଣ୍ଡେ । କାରଣ ନିଜେ ହିଁ ନିଜ ମୃତ୍ୟୁର ମିଛ ନାଟକ ରଚିଥିଲେ । ହେଲେ ସେହି ନାଟକ ଆଜି ତାଙ୍କ ପାଇଁ ଭାରି ପଡିଯାଇଛି । ଅଲ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏସନ, ସେଲିବ୍ରିଟି, ଡାକ୍ତର ଏବଂ ରାଜନେତାମାନେ ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ପୁନମ ପାଣ୍ଡେ ନିଜ ମୃତ୍ୟୁର ମିଥ୍ୟା ଖବର ପ୍ରଚାର କରିଥିବା ନେଇ ସମସ୍ତେ ନିନ୍ଦା କରିବା ସହ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ପୁନମ ପାଣ୍ଡେଙ୍କୁ ଆଖି ଦୃଶିଆ ସଫଳତା ମିଳିନଥିବା ବେଳେ ନିଜର ଖରାପ ଓ ଅତିରଂଜିତ ମନ୍ତବ୍ୟ ଏବଂ ବୋଲ୍ଡ ଫଟୋ ପାଇଁ ସର୍ବଦା ସୋଶିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି । ଭାରତ କ୍ରିକେଟ ବିଶ୍ୱକପ ଜିତିଲେ ଉଲଗ୍ନ ହୋଇ ଦୌଡ଼ିବେ ବୋଲି କହିଥିବା ତଥାକଥିତ ଅଭିନେତ୍ରୀ ହେଉଛନ୍ତି ପୁନମ ପାଣ୍ଡେ ।

ଫେବୃଆରୀ ୨ରେ ସେ ନିଜେ ନିଜ ସାମାଜିକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ମୃତ୍ୟୁ ସମ୍ବାଦ ବିଷୟରେ ପୋଷ୍ଟ କରିଥିଲେ । ତାଙ୍କ ମ୍ୟାନେଜର ଓ ପରିବାର ବର୍ଗ ମଧ୍ୟ ସେହି ସୂଚନାକୁ ସମର୍ଥନ ପୂର୍ବକ ଦୁଃଖ ପ୍ରକାଶ କରିଥିଲେ । ଏହି ଖବର ପ୍ରଚାର ହେବା ପରେ ତାଙ୍କ ସମର୍ଥକ ମାନେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସର୍ଭିକାଲ କ୍ୟାନସର ବା ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା ।କିନ୍ତୁ ୨୪ ଘଣ୍ଟା ନ ପୂରୁଣୁ ସେ ଜୀବିତ ଥିବା ଆଉ ଏକ ସୂଚନା ପୋଷ୍ଟ କରିଥିଲେ । ସେ ସଫେଇ ଦେଇଥିଲେ ଯେ ସେ ଏହି ରୋଗର ଭୟାବହତା ବିଷୟରେ ସଚେତନତା ସୃଷ୍ଟି ଲାଗି ଏଭଳି କରିଥିଲେ । କିନ୍ତୁ ଯାହା ପରେ ଅଭିନେତ୍ରୀଙ୍କ ଏପରି ମିଥ୍ୟା ମୃତ୍ୟୁ ଖବର ପ୍ରସାରଣ ନେଇ ସବୁ ମହଲରୁ ନିନ୍ଦା କରାଯାଉଛି । ଅନେକ ସମର୍ଥକମାନେ କହିଛନ୍ତି ଯେ ପୁନମ କେବଳ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଏଭଳି କରିଛନ୍ତି ତେଣୁ ତାଙ୍କ ଉପରେ ପୁଲିସ ପଦକ୍ଷେପ ଗ୍ରହଣ କରୁ । ସୂଚନା ଅନୁଯାୟୀ, ପୁନମ ପାଣ୍ଡେଙ୍କୁ ପୁଲିସ ଏ ସମ୍ବନ୍ଧରେ ପଚରାଉଚୁରା ପାଇଁ ଡାକିବାର ସମ୍ଭାବନା ରହିଛି । ମିଥ୍ୟା ସୂଚନା ପ୍ରସାରଣ ଅଭିଯୋଗରେ ସେ ଗିରଫ ହୋଇପାରନ୍ତି ବୋଲି ସମ୍ଭାବନା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *