ଧୋକା ଦେଲା ସାଙ୍ଗ ; ସଫ୍ଟୱେରର ଦୁନିଆରେ ରାଜ୍ କରୁଥିବା ଯୁବକ ଏବେ ଫୁଟ୍ପାଥ୍ ର ଲିଟି ଚୋଖା ୱାଲା…
1 min readଦିନେ ସୁଟ୍ ବୁଟ୍ ପିନ୍ଧି ସଫ୍ଟୱେରର ଦୁନିଆରେ ରାଜ୍ କରୁଥିବା ଯୁବକ ଆଜି ଜଣେ ଫୁଟପାଥ୍ ଦୋକାନୀ । କିଏ କଲା ତାଙ୍କର ଏ ଅବସ୍ଥା । ସପ୍ଟୱେରରୁ କର୍ମଚାରୀରୁ ଆଜି ଫୁଟ୍ପାଥ୍ରେ ବିକୁଛନ୍ତି ଲିଟିଚୋଖା ।
କୁହାଯାଏ ଯେ ସବୁ ସର୍ମ୍ପକ ଭଗବାନ ଜନ୍ମ ସମୟରୁ ଆମକୁ ଦେଇ ପଠାଇଥାନ୍ତି । କିନ୍ତୁ ବନ୍ଧୁତ୍ୱ ଗୋଟେ ଏଭଳି ସର୍ମ୍ପକ ଯାହା ଆମେ ବାଛିଥାଏ । କଣ ହେବ ଯଦି ଜଣେ ବନ୍ଧୁଙ୍କୁ ଅନ୍ଧ ଭଳି ବିଶ୍ୱାସ କରିବା ପରେ ସେ ବିଶ୍ୱାସରେ ବିଷ ଦେବ ।
ଦିନେ କର୍ପୋରେଟ୍ ସେକ୍ଟରରେ କାମ କରୁଥିବା ରାକେଶ ଜଣେ ବନ୍ଧୁଙ୍କ ଧୋକା ଓ ଠକେଇର ଶିକାର ହୋଇ ଆଜି ରାସ୍ତା ଉପରକୁ ଆସିଯାଇଛନ୍ତି । ବଦଳିଯାଇଛି ତାଙ୍କ ପରିଚୟ । ସପ୍ଟୱେର ପ୍ରଫେସନାଲରୁ ପାଲଟିଯାଇଛନ୍ତି ଲିଟି ଚୋଖା ୱାଲା ।
କଟକ କେଶରପୁରରେ ନିଜ ପରିବାର ସହ ରୁହନ୍ତି ରାକେଶ । ରାକେଶ ଘରର ବଡପୁଅ । ଏସସିବି ମେଡିକାଲ ପବ୍ଲିକ ସ୍କୁଲରେ ପଢାସାରି ଇପ୍ସାରେ ବିବିଏ ଆରମ୍ଭ କରିଥିଲେ । ପରେ ସେ ଭାରତ ମାଟ୍ରିମୋନି , ଆଇବିଏମ,ଥିଙ୍କ୍ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ ଭଳି ନାମି କମ୍ପାନୀରେ ଚାକିରୀ ଆରମ୍ଭ କରିଥିଲେ । ଏହାପରେ ରାକେଶ ବିବାହ କଲେ ଆଉ ପରିବାର ହସଖୁସିରେ ଚାଲିଥିଲା । କିନ୍ତୁ ଏତିକି ବେଳେ ରାକେଶଙ୍କ ଜୀବନରେ କଳା ଅନ୍ଧକାର ହୋଇ ଆସିଲେ ସାଙ୍ଗ । ଯାହା ସହ ସେ ଛୋଟବେଳୁ ମିଶୁଥିଲେ ।
ବନ୍ଧୁଙ୍କ ଦୁଃଖ ଶୁଣିନପାରି ଆଉ ତାଙ୍କ ଅନୁରୋଧ କ୍ରମେ ରାକେଶ ନିଜେ ୧୪ ଲକ୍ଷର ଋଣ କରି ବନ୍ଧୁଙ୍କ ଋଣ ଶୁଝିଥିଲେ । କିନ୍ତୁ ଠିକ୍ ସମୟରେ ବନ୍ଧୁ ଟଙ୍କା ନଫେରାଇ ଧୋକାଦେଇ ଚାଲିଗଲେ । ଫଳରେ ରାକେଶଙ୍କୁ ଋଣ ଦେଇଥିବା ବ୍ୟାଙ୍କ୍ ତାଙ୍କ ଅଫିସରେ ବାରମ୍ବାର ଯାଇ ପହଞ୍ଚିଲେ । ଯାହା ଫଳରେ ରାକେଶଙ୍କ ଭଲ ଚାକିରୀ ଚାଲିଗଲା । ଏନେଇ ରାକେଶ ଥାନାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ରାକେଶ ଅନେକ କମ୍ପାନୀରେ ଚେଷ୍ଟା କରି ବିଫଳ ହୋଇ ଶେଷରେ ବାରବାଟୀ ଷ୍ଟାଡିୟମ୍ ଛକରେ ଲିଟି ଚୋଖାର ଷ୍ଟଲ ଲଗାଇଲେ ।