ନିଯୁକ୍ତି ପରୀକ୍ଷାରେ କପି କଲେ ହୋଇପାରେ ଜେଲ ସହ ଜୋରିମାନା, ସୂଚନା ଦେଲେ ମୁଖ୍ୟ ଶାସନ ସଚିବ
1 min readରାଜ୍ୟ କ୍ୟାବିନେଟରେ ନିଆଯାଇଛି ଜଗୁରୁତ୍ୱପୂର୍ଣ୍ଣ ନିଆଯାଇଛି ନିଷ୍ପତ୍ତି | ଏଣିକି ସରକାରୀ ଚାକିରୀ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହେଲେ ୧0 ଲକ୍ଷ ଟଙ୍କା ଜୋରିମାନା ସହ ଦୋଷୀକୁ ୫ ବର୍ଷର ଜେଲ ପଠାଯିବ | ଅନ୍ୟପଟରେ ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ବି ଜରିମାନା ହେବ। ସର୍ଭିସ ପ୍ରୋଭାଇଡରଙ୍କୁ ୧ କୋଟି ଟଙ୍କା ଜରିମାନା କରାଯିବ। ଏହି ନିୟମ ଓପିଏସ୍ସି, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି ଆଦି ପରୀକ୍ଷା ପାଇଁ ଲାଗୁ ହେବ। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିନ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |
ସୂଚନା ଅନୁଯାୟୀ, ରାଜ୍ୟ କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନେକ ବିଭାଗ ଓ କାର୍ଯ୍ୟଶୈଳୀ ଉପରେ ସମୀକ୍ଷା ହୋଇଥିଲା। ଏଥିରେ ନିଯୁକ୍ତି ପରୀକ୍ଷା ସଂପର୍କିତ ଆଲୋଚନା ମଧ୍ୟ ସାମିଲ ଥିଲା।