ମୋହନ ମାଝିଙ୍କ ଛୋଟଘର, ପରିବାର ଓ ଶିକ୍ଷାଗତ ଯୋଗ୍ୟତା ଓ ସମ୍ପତି କଣ ଜାଣନ୍ତୁ…..
1 min readଓଡିଶା ପାଇଛି ନୂଆ ମୁଖ୍ୟମନ୍ତ୍ରୀ | ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ | ଏନେଇ ବିଜେପି ଦଳ ବୈଠକରେ ନିଷ୍ପତି ହୋଇଛି | ତେବେ ମୁଖ୍ୟମନ୍ତ୍ରୀଙ୍କ ରେସରେ ଅନେକ ମନ୍ତ୍ରୀଙ୍କ ନାଁ ରହିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ମହାନ ମାଝୀ ଏଥିରେ ବାଜି ମାରିଛନ୍ତି |
ଓଡିଶା ବିଜେପିରେ ଜଣେ ଟାଣୁଆ ନେତା ଭାବେ ପରିଚିତ ମୋହନ ଚରଣ ମାଝୀ | ସେ କେନ୍ଦୁଝର ଜିଲ୍ଲା ସଦର ଥାନା ଅଧୀନ ରୟକଳାରେ ୧୯୭୨ ମସିହା ଜାନୁଆରୀ ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ | ସେ କଳାରେ ସ୍ନାତକତା ହାସିଲ କରିଛନ୍ତି | ୨000, ୨00୯, ୨0୧୯ ଏବଂ ୨0୨୪ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି | ଏହାପୂର୍ବରୁ ସେ ବିଜେପିର ମୁଖ୍ୟ ସଚେତକ ରହିଥିଲେ | ବର୍ତ୍ତମାନ ବିଜେବପି ସତ୍ତାକୁ ଆସିବା ପରେ ତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଆଯାଇଛି |
ସୂଚନା ଅନୁଯାୟୀ, ମହାନ ମାଝୀଙ୍କ ରାଜନୀତିକ କ୍ୟାରିୟର ଜଣେ ସରପଞ୍ଚ ଭାବେ ଆରମ୍ଭ ହୋଇଥିଲା | ତେବେ ପ୍ରିୟଙ୍କା ମାରାଣ୍ଡିଙ୍କୁ ବିବାହ କରିଥିଲେ ମୋହନ ମାଝୀ | ୧୯୯୭ ମସିହାରୁ ୨000 ମସିହା ପର୍ଯ୍ୟନ୍ତ ସେ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ | ଏହାପରେ ସେଭ ୨000 ମସିହାରେ ସାଧାରଣ ନିର୍ବାଚନରେ ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହୋଇଥିଲେ |
ଓଡିଶା ବିଧାନସଭାରେ ୨000 ମସିହାରେ ମୋହନ ମାଝୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଭାବେ କେନ୍ଦୁଝର ବିଧାସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ |ଏଥିରେ ସେ ୫୧ ହଜାର ୪୪୯ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ | ଏହି ବିଧାନସଭାରୁ ସେ ୨000ରୁ ୨00୪ ମସିହାରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ଭାଙ୍ଗିବା ଯାଏଁ କାର୍ଯ୍ୟ କରିଥିଲେ |
୨00୪ ମସିହାରେ ଓଡିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ବୋଧନସଭା ପାର୍ଥୀ ଭାବେ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ | ଏହି ନିର୍ବାଚନରେ ୪୬ ହଜାର ୧୮୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ | ମୋହନ ମାଝୀ ମେଣ୍ଟ ସରକାରରେ ୨୦୦୫ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ଚଳିତ ବର୍ଷ ନିର୍ବାଚନରେ ସମାନ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବା ସହ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇଛନ୍ତି ମୋହନ ଚରଣ ମାଝୀ |