Pratidin TV

Odisha's Digital News Platform

RRR ଓ kashmir fiels କୁ ପଛରେ ପକାଇଲା ଏହି ଫିଲ୍ମ : ଜିତିଲା ୨୦୨୩ ଓଷ୍କାର ଆୱାର୍ଡ

ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତୀୟ ସିନେମାରେ ଅନେକ ଫ୍ଲପ୍ ହେବା ସହ ବକ୍ସ ଅଫିସରେ ମଧ୍ୟ ନିଜ ନା କମେଇପାରିନଥିଲା । ଏହା ସହ ଅନେକ ଫିଲ୍ମ ଗୁଡିକ ନାରେ ବୟକଟ ଟ୍ରେଣ୍ଡ ଚାଲିବା ପରେ ଫିଲ୍ମଟି ବକ୍ସ ଅଫିସ୍ ରେ ଅଧିକ ଦିନ ଚାଲିପାରିନଥିଲା । ତେବେ ସିନେମା ଜଗତର ଏଭଳି ପରିସ୍ଥିତିରେ ଏସଏସ.ରାଜମୌଉଲି ଙ୍କ ନିର୍ଦ୍ଧେଶିତ ଆରଆରଆର ଓ ଭିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ସତ୍ୟାଘଟଣା ଉପରେ ନିର୍ଦ୍ଦେଶିତ ଦ କଶ୍ମିର ଫାଇଲ୍ସ ଫିଲ୍ମଟି ଘୋର ଅନ୍ଧକାର ମଧ୍ୟରେ ସିନେମା ଜଗତରେ ଦୀପ ସାଜିଥିଲା ।

ଏହି ଦୁଇଟି ଫିଲ୍ମ ବକ୍ସ ଅଫିସ୍ ରେ ସୁପରହିଟ୍ ହେବା ସହ ଅନେକ ଟଙ୍କା କମେଇପାରିଥିଲା । ସେହିଭଳି ଦ କଶ୍ମିର ଫାଇଲ୍ସ ୨୯୭.୫୩ କୋଟି କମାଇଥିବାବେଳେ ଆର୍‌ଆର୍‌ଆର୍ ୨୪୭ କୋଟି କମେଇଥିଲା ବକ୍ସ ଅଫିସ୍ ରେ । କିନ୍ତୁ ଏହି ଦୁଇ ଫିଲ୍ମର ରେକର୍ଡକୁ କାଟି ନୂଆ ରେକର୍ଡ ତିଆରି କରିଛି ଗୁଜିରାତି ଫିଲ୍ମ ‘ଛେଲ୍ଲୋ ଶୋ’ ।ତେବେ ଭାରତ ତରଫରୁ ଏହି ଗୁଜୁରାତି ଫିଲ୍ମଟିକୁ ଓଷ୍କାର ନିମନ୍ତେ ପଠାଯାଇଛି ।

ଅକ୍ଟୋବର ୧୪ ରେ ମୁକ୍‌ିଲାଭ କରିବାକୁ ଯାଉଥିବା ଏହିଫିଲ୍ମଟି ୱାଲର୍ଡ ପ୍ରିମିୟରରେ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି । ଏନେଇ ଏହି ଏହି ଚଳଚିତ୍ରର ନିର୍ଦ୍ଧେଶକ ନଳିନ ପାନ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଛେଲ୍ଲା ଶୋଟି ଏକ ୯ ବର୍ଷିୟ ଛୋଟ ପିଲାର କାହାଣୀ ଉପରେ ଆଧାରିତ ଯିଏକି ସିନେମାକୁ ବହୁତ ଭଲପାଏ । ସେ କିପରି ଫିଲ୍ମର ରିଲ୍ ଗୁଡିକରୁ ଚଳଚିତ୍ରଦେଖେ । ପ୍ରତିକୂଳ ପରିସ୍ତିତିରେ ମଧ୍ୟ ତାର ଚଳଚିତ୍ର ପ୍ରତି ଭଲପାଇବା କମିନଥାଏ । ଏପରି କିଛି ଭିନ୍ନ ଧରଣର କାହାଣୀ ଦେଖିବାକୁ ମିଳିବ ଛେଲ୍ଲା ଶୋ ରେ ।

Leave a Reply

Your email address will not be published. Required fields are marked *