Pratidin TV

Odisha's Digital News Platform

ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ହରାଇଲା ଚେନ୍ନାଇ ସୁପରକିଙ୍ଗ୍ସ

ମୁମ୍ବାଇ : ରୋହିତଙ୍କୁ ହରାଇଲେ ଧୋନି । ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟରେ ହରାଇଲା ଚେନ୍ନାଇ ସୁପରକିଙ୍ଗ୍ସ । ୱାଙ୍ଖଡେ ଷ୍ଟାଡିୟମରେ ଶନିବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚରେ ଘରୋଇ ଦଳ ୧୫୭/୮ ସ୍କୋର କରିଥିଲା ବେଳେ ଧାର୍ଯ୍ୟ ଲକ୍ଷକୁ ଚେନ୍ନାଇ ୧୧ ବଲ୍ ପୂର୍ବରୁ ୭ ୱିକେଟ ହାତରେ ଥାଇ ହସଲ କରିନେଇଥିଲା । ଫଳରେ ୫ ଥର ବିଜେତା ମୁମ୍ବାଇ କ୍ରମାଗତ ଭାବରେ ୨ୟ ମ୍ୟାଚ୍ରେ ବି ପରାଜିତ ହୋଇଛି ।

ଧୋନି ଟସ୍ ଜିତି ବୋଲିଂ ନେଇତôଲେ । ରୋହିତ ଶର୍ମା ଓ ଈଶାନ କିଶନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ । ୪ ଓଭରରେ ୩୮ ରନ୍ କରିନେଇଥିବା ଏହି ଯୋଡିକୁ ପୂର୍ବ ମ୍ୟାଚ୍ ଗୁଡିକରେ ମହଙ୍ଗା ବୋଲର ତୁଷାର ଦେଶପାଣ୍ଡେ ଭାଙ୍ଗିଥିଲେ। ଦେଶପାଣ୍ଡେଙ୍କ ସୁଇଂରେ ପରାସ୍ତ ହୋଇ ରୋହିତ ବୋଲ୍ଡ ହେବାପରେ ଇଶାନ ଓ କାମରୁନ୍ ଗ୍ରିନ୍ଙ୍କୁ ରବୀନ୍ଦ୍ର ଜାଦେଜା ଆଉଟ୍ କରି ଚେନ୍ନାଇକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ । ସୂର୍ଯ୍ୟକୁମାର ଯାଦବ , ତିଳକ ବର୍ମା , ଅର୍ସଦ ଖାନ ମଧ୍ୟ ସ୍ପିନ୍ ଜାଲରେ ଫସିଯାଇଥିଲେ ।

Leave a Reply

Your email address will not be published. Required fields are marked *