Pratidin TV

Odisha's Digital News Platform

ପ୍ରେମିକର ସୈତାନ ବୁଦ୍ଧି, ପ୍ରେମିକାକୁ ଜୀବନରୁ ମାରି ରଖିଲା ହ୍ୱାଟ୍ସଆପ୍‌ ଷ୍ଟୋରୀ…

1 min read

ପ୍ରେମିକର ସୈତାନ ବୁଦ୍ଧି । ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରି ତାର ଶବକୁ ନିଜ ହ୍ୱାଟ୍ସଆପ୍ ଷ୍ଟାଟସ୍ ରଖିଥିଲା । ଆଉ ସେହି ହ୍ୱାଟ୍ସଆପ୍ ଷ୍ଟାଟସ୍ ହିଁ ଧରା ପକାଇଦେଲା ଅଭିଯୁକ୍ତ ପ୍ରେମିକକୁ ଏପରି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଚେନ୍ନାଇରେ । ନିଜ ୫ ବର୍ଷର ଭଲପାଇବାକୁ କିଛି ମୁହୁର୍ତ୍ତରେ ସବୁଦିନ ପାଇଁ ଶେଷ କରିଦେଲା ନୃଶଂସ ପ୍ରେମିକ ଜଣକ । ପରେ ଯୁବତୀଙ୍କ ବନ୍ଧୁ ଅଭିଯୁକ୍ତ ପ୍ରେମିକର ହ୍ୱାଟ୍ସଆପ୍ ଷ୍ଟାଟସ୍ ଦେଖି ପୋଲିସକୁ ଖବର ଦେଇଥିଲେ । ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ଏହି ଅପରାଧ କରିଥିବା ସ୍ୱୀକାର କରିଥିଲେ । ଏବଂ କହିଥିଲେ ଯେ ମହିଳା ଜଣଙ୍କ ତାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ କରି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହା ଦ୍ୱାରା ଆଶିକ୍ ଉତ୍ତେଜିତ ହୋଇ ତାଙ୍କ ଟି-ସାର୍ଟ ରେ ପ୍ରେମିକାର ଗଳା ଚିପି ହତ୍ୟା କରିଥିଲେ ବୋଲି । ସେପଟେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ଜେଲ ପଠାଇଛି ।

ପୋଲିସ୍ ସୂତ୍ରରୁ ସୂଚନା ମିଳିଛି ଯେ ଯୁବତୀ ଜଣକ ନର୍ସିଂ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଏହି ଦମ୍ପତି ପୂର୍ବରୁ ଲୁଚିକି ବିବାହ କରିଥିଲେ । ନିକଟରେ ସେମାନେ ଚେନ୍ନାଇରେ ଏକ ହୋଟେଲରେ ରହିଥିଲେ । ତାଙ୍କର ପୂର୍ବରୁ ଏକ ସନ୍ତାନ ମଧ୍ୟ ରହିଛି । ଯାହାକୁ ସେମାନେ ପୋଷ୍ୟ ସନ୍ତାନ ଭାବରେ ଛାଡି ଦେଇଛନ୍ତି । ଅପରପକ୍ଷେ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଟ୍ରାକ୍ କରି ଏହି ମାମଲାରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *