Pratidin TV

Odisha's Digital News Platform

ଚେନ୍ନାଇରେ ହାଇ ଆଲର୍ଟ , ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍କୁଲ କଲେଜ ଛୁଟି …

1 min read

ଚେନ୍ନାଇରେ ହାଇ ଆଲର୍ଟ , ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍କୁଲ କଲେଜ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଚେନ୍ନାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିବା ଅନେକ ଜିଲ୍ଲା ଜଳମଗ୍ନ ହୋଇଯାଇଛି ।

ସମ୍ପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ-କଲେଜ ଛୁଟି ଘୋଷଣା ହୋଇଛି। ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଆଜି ସ୍କୁଲ-କଲେଜ ଛୁଟି ରହିବ। ଏଥିସହ ଆଇଟି କମ୍ପାନୀ ଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଆସନ୍ତା ୧୮ ତାରିଖ ଯାଏ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍।

Advertisement

ଅନ୍ୟପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ବିଶେଷ କରି ଉତ୍ତର ତାମିଲନାଡୁରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।  

Leave a Reply

Your email address will not be published. Required fields are marked *