Pratidin TV

Odisha's Digital News Platform

ଚେନ୍ନାଇ ସୁପର କିଙ୍ଗସକୁ ୬ ୱିକେଟରେ ହରାଇଲା ହାଇଦ୍ରବାଦ

1 min read

ଚେନ୍ନାଇ ସୁପର କିଙ୍ଗସଙ୍କୁ ୬ ୱିକେଟରେ ହରାଇଲା ହାଇଦ୍ରାବାଦ | IPL ୨0୨4 ର ୧୮ତମ ମ୍ୟାଚରେ ପରାସ୍ତ ହୋଇଛି ଚେନ୍ନାଇ ସୁପର କିଙ୍ଗସ | ଏବଂ ଟୁର୍ଣ୍ଣା ମେଣ୍ଟର ୨ ୟ ବିଜୟ ହାସଲ କରିଛି ହାଇଦ୍ରାବାଦ | 4 ୱିକେଟରେ ହରାଇ ୧୬୬ ରନର ବିଜୟ ଲକ୍ଷ ହାସଲ କରିଛି ହାଇଦ୍ରାବାଦ | ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ସୁପର କିଙ୍ଗସ ରକ୍ଷଣଶୀଳ ବ୍ୟାଟିଂ କରିଥିଲା | ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୬୫ ରନ କରିଥିଲା ଚେନ୍ନାଇ |

ତେବେ ହାଇଦ୍ରାବାଦ ସାମ୍ନାରେ ୧୬୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ଚେନ୍ନାଇ | ହେଲେ ଏହି ମ୍ୟାଚ୍କୁ ୬ ୱିକେଟରେ ଜିତି ନେଇଛି ହାଇଦ୍ରାବାଦ | ଏବଂ ମ୍ୟାଚ ସମୟରେ ମହେନ୍ଦ୍ର ସିଂ ଧୋନିଙ୍କ ବ୍ୟାଟିଂ ଦେଖିବାକୁ ମିଳିଥିଲା | ସେ ମାତ୍ର ୨ଟି ବଲରେ ଖେଳିବାକୁ ସୁଯୋଗ ମିଳିଥିଲା | ସେହି ୨ଟି ବଲରେ ସେ ମାତ୍ର ଏକା ରନ କରିପାରିଥିଲେ |

Advertisement

ଶଷେଶ ମ୍ୟାଚ ପରି ଏଥର ମଧ୍ୟ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଇଣ୍ଟେରନେଶନାଲ ଷ୍ଟାଡିୟମରେ ଧୋନିଙ୍କ ଉପରେ ଫ୍ୟାନ୍ସଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା | କିନ୍ତୁ ହାଇଦ୍ରାବାଦର ଦମଦାର ବୋଲିଂ ସାମ୍ନାରେ ଚେନ୍ନାଇ ବଡ଼ ସ୍କୋର କରିପାରିନଥିଲା |

Leave a Reply

Your email address will not be published. Required fields are marked *