Pratidin TV

Odisha's Digital News Platform

ନଭେମ୍ବରରେ ଭାରତ ଫେରିବ ଶିବାଜୀଙ୍କ ‘ବାଘନଖ’…

1 min read


ନୂଆଦିଲ୍ଲୀ: ବ୍ରିଟେନରୁ ଭାରତ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ୱତନ୍ତ୍ର ଅସ୍ତ୍ର ବା ବାଘନଖ । ଏହି ବାଘନଖ ଦ୍ୱାରା ଛତ୍ରପତି ଶିବାଜୀ ବିଜାପୁର ସୁଲତାନ ଆଫଜଲ ଖାଁଙ୍କୁ ପରାସ୍ତ କରିଥିଲେ । ବର୍ତ୍ତମାନ ଏହା ଆସନ୍ତା ନଭେମ୍ବରରେ ଲଣ୍ଡନରୁ ଭାରତକୁ ଅଣାଯାଉଛି । ତେବେ ଏହା ମଧ୍ୟ କୁହାଯାଉଛି ଯେ ଏହି ଅସ୍ତ୍ର ସବୁଦିନ ପାଇଁ ଭାରତ ଆସୁନାହିଁ । ଏହାକୁ କେବଳ ୩ ବର୍ଷ ପାଇଁ ଅଣାଯାଉଛି । ଛତ୍ରପତି ଶିବାଜୀ ମହାରାଜଙ୍କ ବାଘନଖ ବ୍ରିଟେନର ଭିକ୍ଟୋରିଆ ଏବଂ ଆଲବର୍ଟ ସଂଗ୍ରହାଳୟରୁ ଭାରତ ଆସୁଛି । ଏହାର ପ୍ରସ୍ତୁତି ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ସଂଗ୍ରହାଳୟ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତି ୱାର ଏନେଇ ଏକ ଚୁକ୍ତି ସ୍ୱାକ୍ଷର କରିବେ । ଏହା ଭାରତ ଆସିବା ପରେ ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ ଛତ୍ରପତି ଶିବାଜୀ ମହାରାଜା ମ୍ୟୁଜିୟମରେ ଏହାକୁ ରଖାଯିବ ବୋଲି ସୂଚନା ମିଳିଛି । ୧୬୫୯ ମସିହାରେ, ଶିବାଜୀ ମହାରାଜ ଏହି ବାଘନଖ ଦ୍ୱାରା ଆଫଜାଲ ଖାନଙ୍କୁ ହତ୍ୟା କରିଥିଲେ । ସେଥିପାଇଁ ଏହାକୁ ଏକ ବିରତ୍ୱର ଏକ ଅଧ୍ୟାୟ ବୋଲି କୁହାଯାଏ । ତେବେ ଏହା କେବଳ ସିମୀତ ସମୟ ପାଇଁ ଭାରତ ଅଣାଯିବ । କେବଳ ତିନି ବର୍ଷ ପାଇଁ ଭାରତ ଅଣାଯାଇ ପରେ ଏହାକୁ ଫେରାଇ ନିଆଯାଇପାରେ ।

Advertisement

Leave a Reply

Your email address will not be published. Required fields are marked *