Pratidin TV

Odisha's Digital News Platform

ଆବାସିକା ସ୍କୁଲରେ ଲାଗିଲା ନିଆଁ….ଜୀବନ୍ତ ଜଳିଗଲେ ୪ ବର୍ଷର ଶିଶୁ କନ୍ୟା

1 min read

ଆବାସିକା ସ୍କୁଲରେ ଲାଗିଲା ନିଆଁ | ଜୀବନ୍ତ ଜଳିଗଲା ଶିଶୁ | ଛତିଶଗଡର ଆଦିବାସୀ ପ୍ରାଧାନ୍ୟ ବିଜାପୁର ଜିଲ୍ଲାର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ତଥା ସ୍କୁଲ ହଷ୍ଟେଲ ଅଗ୍ନିକାଣ୍ଡରେ ଜଣେ ୪ବର୍ଷର ବାଳିକାଙ୍କର ମୃତ୍ୟୁ ଘଟିଛି | ଅଧିକାରୀମାନେ ଗୁରୁବାର ଏହାର ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଲିପାଶ୍ରୀ ନାମକ ଶିଶୁ କନ୍ୟାଟି ସ୍କୁଲ ଛାତ୍ର ନୁହେଁ | ଲିପାଶ୍ରୀଙ୍କ ବଡ ଭଉଣୀ ଜଣେ ସ୍କୁଲ ଛାତ୍ରୀ | ଗତ କିଛି ଦିନ ହେବ ତାଙ୍କ ବଡ଼ ଭଉଣୀଙ୍କ ସହ ରହୁଥିଲା।

ବିଦ୍ୟାଳୟ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବୁଧବାର ବିଳମ୍ବିତ ରାତିରେ ଅବପାଲ୍ଲୀ ପୋଲିସ ଷ୍ଟେସନ ପରିସରର ଚିଣ୍ଟାକୋଣ୍ଟା ଗାଁରେ ଝିଅମାନଙ୍କ ପାଇଁ ନିର୍ମିତ ପୋର୍ଟା-କ୍ୟାବିନ ସ୍କୁଲରେ ନିଆଁ ଲାଗିଯାଇଥିଲା। ଅଧିକାରୀ କହିଥିଲେ, “ସମସ୍ତ ୩୮୦ ଜଣ ଛାତ୍ରଙ୍କୁ ପୋର୍ଟା କ୍ୟାବିନ କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲେ। ପରେ ଜଣାପଡ଼ିଲା ଯେ ଜଣେ ଛାତ୍ରୀଙ୍କର ସାନ ଭଉଣୀ ମିଳୁନାହାନ୍ତି | ଏବଂ ପରେ ଜାଣିବାକୁ ପାଇଥିଲେ ସେ ସ୍କୁଲ ଭିତରେ ରହିଯାଇଥିଲେ | ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ଏବଂ ଜୀବନ୍ତ ଦଗ୍ଧ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ |

Leave a Reply

Your email address will not be published. Required fields are marked *