Pratidin TV

Odisha's Digital News Platform

୧୨ ବର୍ଷ ବିବାହର ଆଳରେ ଦେଉଥିଲେ ଯୌନ ନିର୍ଯାତନା…ଅଭିଯୋଗ ପରେ ଗିରଫ ହେଲେ ଅଭିନେତା

1 min read

ପୁଣି ଆସିଲା ଅଭିନେତାଙ୍କ ନାଁ ରେ ମାମଲା | ବିବାହ ପ୍ରତିଶୃତି ଆଳରେ କରୁଥିଲେ ଯୌନ ଶୋଷଣ | ଦୁଷ୍କର୍ମ ଅଭିଯୋଗ ପରେ ଗିରଫ ହେଲେ ଅଭିନେତା | ଏହି ଘଟଣା ଛତିଶଗଡ ବା ଚଲିଉଡ଼ ସିନେମାର ଲୋକପ୍ରିୟ ଅଭିନେତା ତଥା ବିଲଡର ମନୋଜ ରାଜପୁତଙ୍କ ନାଁ ରେ ଆସିଛି ଅଭିଯୋଗ |

ସୂଚନା ଅନୁଯାୟୀ, ଷ୍ଟେସନ୍ ହାଉସ୍ ଅଫିସର (SHO) ରାଜକୁମାର ବୋରଜା କହିଛନ୍ତି, “ଫେବୃଆରୀ ୨୨ ରେ ସେ ରାଜପୁତଙ୍କୁ ୨0୧୧ ମସିହାରୁ ପୀଡ଼ିତାଙ୍କୁ ଯୌନ ଶୋଷଣ କରୁଥିବା ନେଇ ପୁରୁଣା ଭିଲାଇ ରେଳ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। । ପୀଡିତା ସୂଚନା ଅନୁସାରେ, ୨0୧୧ ଠାରୁ ମନୋଜଙ୍କ ସହ ଦୀର୍ଘ ୧୨ ବର୍ଷ ଧରି ଯୌନ ନିର୍ଯାତନା ଦେଉଥିଲେ | ଏହି ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ POCSO ଆକ୍ଟର ଧାରା ୩୭୬ ଏବଂ ୩୭୭ରେ ଗିରଫ କରାଯାଇ ତାଙ୍କୁ କଷ୍ଟେଡିରେ ରଖାଯାଇଛି |

ମନୋଜଙ୍କ ନାଁ ରେ ଏହା ପ୍ରଥମ ମାମଲା ନୁହେଁ, ଆଗରୁ ମଦ୍ୟ ରହିଛି ଅଲଗା ମାମଲା | ତାଙ୍କ ନାଁ ରେ ଅଛି ଜମି ଠକେଇ ମାମଲା | ସେ ଜେଲ ମଧ୍ୟ ଯାଇସାରିଛନ୍ତି |

Leave a Reply

Your email address will not be published. Required fields are marked *