Pratidin TV

Odisha's Digital News Platform

ଭୋଟର ତାଲିକାରେ ନଥିଲା ନାଁ,୯୩ ବର୍ଷରେ ପ୍ରଥମ ଥର ଦେବେ ଭୋଟ

1 min read

ଭୋଟ ଦେବାର ଏକ ନିର୍ଦ୍ଧାରିତ ବୟସ ରହିଛି । ୧୮ ବର୍ଷ ହେଲେ ଜଣେ ନାଗରିକ ଭୋଟ ଦେବାର ଅଧିକାର ପାଇଥାଏ । ତେବେ ଆଜି ଆପଣଙ୍କୁ ଏଭଳି ଏକ ବ୍ୟକ୍ତିଙ୍କୁ ବିଷୟରେ କହିବୁ ଯିଏ ବୃଦ୍ଧି ବୟସରେ ପ୍ରଥମ ଥର ପାଇଁ ଭୋଟ ଦେବେ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଆମେ କହୁଛି ଶେର ସିଂ କଥା । ତାଙ୍କୁ ୯୩ ବର୍ଷ ବୟସ ହେଲାଣି । ହେଲେ ସେ ପୂର୍ବରୁ କେବେ ବି ଭୋଟ ଦେଇ ନାହାନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିବେ ଛତିଶଗଡର ଏହି ବୃଦ୍ଧ । ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ନକ୍ସଲ୍ ଉପଦ୍ରୁତ କାଙ୍ର୍କେ ଅଞ୍ଚଳର ଜଣେ ୯୩ ବର୍ଷିୟ ବୃଦ୍ଧ ଜୀବନରେ ପ୍ରଥମ କରି ଭୋଟ୍ ଦେବେ ବୋଲି ଜଣାପଡିଛି । ଇଏ ହେଉଛନ୍ତି ଭାନୁପ୍ରତାପପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭିନସକନହର ଗାଁର ଶେର ସିଂହ । ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଳାଙ୍କ ନେତୃତ୍ୱରେ ଦ୍ୱାର ଦ୍ୱାର ବୁଲି କରାଯାଉଥିବା ଭୋଟର ତାଲିକା ଅଭିଯାନରେ ତାଙ୍କ ନାଁ ସାମିଲ୍ କରାଯାଇଛି । ହେଡ୍‌କୋଙ୍କ କାଗଜପତ୍ରରେ କିଛି ତ୍ରୁଟି ରହି ଯାଇଥିବା ବେଳେ ଅନେକ ବର୍ଷ ହେବ ତାଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିଥିଲା । ଫଳରେ ସେ ଭୋଟ୍ ଦେବାରୁ ବଞ୍ଚିତ ହୋଇ ଆସିଛନ୍ତି । ଭୋଟର ତାଲିକାରେ ନାଁ ଅର୍ନ୍ତଭୁକ୍ତ କରାଯିବା ପରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରିବାର ଅଧିକାର ପାଇ ହେଡ୍‌କୋ ଖୁବ୍ ଉତ୍ସାହିତ ହୋଇପଡ଼ିଛନ୍ତି । ଚଳିତ ବର୍ଷ ସେ ନିଜେ ଭୋଟ ଦେଇ ନେତା ବାଛିବେ ବୋଲି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *