Pratidin TV

Odisha's Digital News Platform

ଓଡିଶାରେ ECI ଟିମ୍ , କରିବେ କି ବଡ଼ ଘୋଷଣା ?

1 min read

ନିର୍ବାଚନ ପୂର୍ବରୁ ନିର୍ବାଚନ ମୁଖ୍ୟଙ୍କ ଓଡିଶା ଗସ୍ତ । ଭୁବନେଶ୍ୱରରେ ପହଞ୍ଚିଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର ଏବଂ ତାଙ୍କର ସାତ ଜଣିଆ ଟିମ୍ । ସାଧାରଣ ନିର୍ବାଚନ ପାଇଁ କିପରି ପ୍ରସ୍ତୁତି ଚାଲିଛି ସେନେଇ ଟିକିନିଖ ତର୍ଜମା କରିବେ ରାଜୀବ କୁମାର । ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର କରିପାରନ୍ତି ବଡ ଘୋଷଣା ସେନେଇ ସମସ୍ତେ କରୁଛନ୍ତି କଳ୍ପନା ଜଳ୍ପନା । ରାଜୀବ କୁମାରଙ୍କ ଟିମ୍‌ରେ ରହିଛନ୍ତି ଡେପୁଟି ନିର୍ବାଚନ କମିଶନର ଅରୁଣ ଗୋଏଲ , ସିନିୟର ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦର ଶର୍ମା , ସିନିୟର ଡେପୁଟି ନିର୍ବାଚନ କମିଶନର ନୀତେଶ ବ୍ୟାସ୍ , ସେହିପରି ବିଭିନ୍ନ ବିଭାଗର ମୁଖ୍ୟ ମଧ୍ୟ ରହିବେ ଏହି ଟିମ୍‌ରେ ।

ରାଜୀବ କୁମାରଙ୍କ ଟିମ୍ EVM ସ୍ଥିତି , ବୁଥ୍ ସ୍ତରର ପ୍ରସ୍ତୁତି ଆଦିର ସମୀକ୍ଷା କରିବେ । ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ମୁଖ୍ୟ ନିର୍ବାଚନ ଅଧିକାରୀ, ଗୃହ ସଚିବ, ଉନ୍ନୟନ କମିଶନ ଓ ସବୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୭ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବ ଡିଜିପିଙ୍କ ସହ ଆଲୋଚନା କରିବେ ରାଜୀବ କୁମାର ଏବଂ ତାଙ୍କ ଟିମ୍ । ସମସ୍ତଙ୍କ ସହ ଆଲୋଚନା ପରେ ନିର୍ବାଚନ ମୁଖ୍ୟ ୧୭ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଓଡିଶାରେ କିପରି ହେବ ବିଧାନସଭା ନିର୍ବାଚନ । ନିର୍ବାଚନ କମିଶନ କରିବେ କି ବଡ ଘୋଷଣା ତାହା ଉପରେ ରହିଛି ଏବେ ସମସ୍ତଙ୍କର ନଜର ।

Leave a Reply

Your email address will not be published. Required fields are marked *