Pratidin TV

Odisha's Digital News Platform

୩ଟି ରାଜ୍ୟରେ ପଦ୍ମ ଫୁଟିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଗତକାଲି ୪ ବିଧାନସଭା ନିର୍ବର୍ଚନର ଥିଲା ଭୋଟ ଗଣତି । ଯେଉଁଥିରେ ୩ଟି ରାଜ୍ୟ ଅର୍ଥାତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ହୋଇଛି । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଚାରି ଆଡୁ ଛୁଟୁଛି ଶୁଭେଚ୍ଛା ସୁଅ । ଏତିରୁ ବାଦ ପଡି ନାହିଁ ଓଡିଶା । ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କଥା ହୋଇଥିଲେ । ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାମୂତାବକ, ଗତକାଲି ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିଥିବା ବେଳେ ୩ଟି ରାଜ୍ୟରେ ବିଜେପି ବହୁମତ ହାସଲ କରିଛି । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ବଡ ବିଜୟ ହାସଲ କରିଛି । ଗତ ୨୦୧୮ ନିର୍ବାଚନରେ ଏହି ୩ ରାଜ୍ୟରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ୨୦୨୩ ନିର୍ବାଚନରେ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାବେଳେ ୩ ରାଜ୍ୟରେ ବିଜୟକୁ ନେଇ ବିଜେପି କର୍ମୀ ବେଶ ଉତ୍ସାହିତ ଅଛନ୍ତି ।

Leave a Reply

Your email address will not be published. Required fields are marked *