Pratidin TV

Odisha's Digital News Platform

ଆଜିଠୁ ରାଜ୍ୟରେ ଗଡିଲା ‘ଲକ୍ଷ୍ମୀ ବସ୍‌’ , ଜାଣନ୍ତୁ ଗଡିବ କେଉଁ ସବୁ ଜିଲ୍ଲାକୁ ?

1 min read

ଭୁବନେଶ୍ୱର ; ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ତା ଭିତରୁ ଆଜି ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଏହି ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ବସ୍ ଚଳାଚଳ କରିବ ।

ପ୍ରଥମ ୩ ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ଲକ୍ଷ ଗ୍ରାମାଞ୍ଚଳଗୁଡିକରେ ଜନସାଧାରଣଙ୍କ ସାମାଜିକ , ଆର୍ଥିକ ଏବଂ ସାମଗ୍ରିକ ଜୀବିିକାକୁ ବୃଦ୍ଧି କରାଯାଇପାରିବ । ଆଜି ପ୍ରଥମ ପର୍ଯ୍ୟାୟରେ ମାଲକାନାଗିରି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି ।

Advertisement

ମାଲକାନାଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୬ ଟି ଲକ୍ଷ୍ମୀ ବସ୍ ଚଳାଚଳ କରିବ । ସେଥିମଧ୍ୟରୁ ୭ଟି ଏସି ଓ ୨୯ଟି ନନ୍‌ଏସି ଲକ୍ଷ୍ମୀ ବସ୍ ରହିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଗଜପତି ଜିଲ୍ଲାରେ ୩୬ଟି ବସ୍ ଚାଲିବ । ପରେ କୋରାପୁଟ୍ ଜିଲ୍ଲାକୁ ୪୩ , ନବରଙ୍ଗପୁର ଜିଲ୍ଲାକୁ ୪୦,ରାୟଗଡାକୁ ୧୯ ଓ କନ୍ଧମାଳକୁ ୩୨ଟି ବସ୍ ଯୋଗାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ପୂରା ଓଡିଶାରେ ଏହା ଚଳାଚଳ କରିବ । ବିଶେଷ ଭାବେ ଗ୍ରାମାଞ୍ଚଳ ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଧ୍ୟାନ ଦିଆଯିବ ।

Leave a Reply

Your email address will not be published. Required fields are marked *