ରହସ୍ୟ ଉପରୁ ନିଜେ ପର୍ଦ୍ଦା ଉଠାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ……କହିଲେ ଏଥିପାଇଁ ଦେଉନାହାନ୍ତି ପଦରୁ ଇସ୍ତଫା
1 min readକେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ଅନ୍ତରୀଣ ଜାମିନ | ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମିଳିଛି ଜାମିନ | ନିର୍ବାଚନ ଶେଷ ହେବା ପରେ ଜୁନ ୨ ତାରିଖ ଦିନ ଜେଲରେ ଆତ୍ମସମର୍ପଣ କରିବେ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି | ତେବେ ମେ ୧0 ତାରିଖ ଦିନ ପାଇଥିଲେ ଜାମିନ | ବହୁ ସର୍ତ୍ତ ସହ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କଙ୍କ ଜାମିନ ଦେଇଛି | ତେବେ ସେ ଗତକାଲି ବାହାରିବା ପରେ ଆଜି ହନୁମାନ ମନ୍ଦିର ଯାଇ ସକାଳେ ପୂଜାର୍ଚ୍ଚନା କରିଥିଲେ | ଏବଂ ଅପରାହ୍ନ ୧ଟାରେ କରିଥିଲେ ସମ୍ମିଳନୀ | ଜି ସଂଧୟାରେ କେଜ୍ରିୱାଲ କରିବେ ରୋଡ଼ ଶୋ |
ତେବେ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କେଜ୍ରିୱାଲ | ସେ କହିଛନ୍ତି ୫0 ଦିନ ପରେ ଜେଲରୁ ଫେରୁଛନ୍ତି | କାରଣ ତାଙ୍କ ଉପରେ ବଜରଙ୍ଗବାଲିଙ୍କ କୃପା ଅଛି ବୋଲି ସସେ କହିଛନ୍ତି | କେଜ୍ରିୱାଲ; ଆହୁରି କହିଥିଲେ ଯେ, ମୁ ଏମିତି ହିଁ ଜେଲରୁ ବାହାରି ନାହିଁ ବଜରଙ୍ଗବାଲି ମୋତେ ଦିଲ୍ଲୀ ଓ ଦେଶର ରାଜନୀତିରେ ପରିବର୍ତ୍ତନ କରିବାକୁ ବାହାରକୁ ପଠାଇଛନ୍ତି |
ପରେ କେଜ୍ରିୱାଲ କହିଥିଲେ ଅନେକ ଲୋକଙ୍କ ପ୍ରଶ୍ନ ଯେ କେଜ୍ରିୱାଲ ତାଙ୍କ ପଦରୁ ଇସ୍ତଫା କାହିଁକି ଦେଉନାହାନ୍ତି | ସବୁଠାରୁ ଅଧିକ ବିଜେପି ଲୋକ ଏହି ପ୍ରଶ୍ନ ଉଠାଉଛନ୍ତି | ତେବେ କେଜ୍ରିୱାଲ ଏହାର ଉତ୍ତରରେ କହିଥିଲେ, ୭୫ ବର୍ଷରେ ଭାରତର ଯେତେ ରାଜ୍ୟର ନିର୍ବାଚନ ହେଉଛି କିନ୍ତୁ କେଉଁଠି ଦିଲ୍ଲୀ ଭଳି ଐତିହାସିକ ବିଜୟ କେଉଁଠି କେଉଁ ପାର୍ଟିକୁ ମିଳିନାହିଁ |
କେଜ୍ରିୱାଲ କହିଥିଲେ, କେଜ୍ରିୱାଲ ଏହି ପୋଷ୍ଟ ପାଇଁ ଲୋଭୀ ନୁହଁନ୍ତି। ମୁଁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହେବାକୁ ଏଠାକୁ ଆସି ନାହିଁ। ମୁଁ ଆୟକର କମିଶନରଙ୍କ ଚାକିରି ଛାଡିଥିଲି | ପ୍ରଥମ ଥର ପାଇଁ ଆମ ସରକାର ଗଠନର ୪୯ ଦିନ ମଧ୍ୟରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲି, ତେବେ ମୁଁ ଆଜି କାହିଁକି ଇସ୍ତଫା ଦେଲି ନାହିଁ?
ଏହାର କାରଣ ବର୍ଣ୍ଣନା କରି କହିଥଲେ, ମୁଁ ଗଣମାଧ୍ୟମରେ ଜିତିଛି, ଆଜି ଯଦି ମୁଁ ଦିଲ୍ଲୀର ଜେଲରେ ରହିବା ସମୟରେ ଦିଲ୍ଲୀର ସିଏମ ପଦରୁ ଇସ୍ତଫା ଦେଉ ନାହିଁ, ତେବେ ମୁଁ ଏକଛତ୍ରବାଦୀ ଶାସନ ବିରୋଧରେ ଯୁଦ୍ଧ କରୁଛି।
କେଜ୍ରିୱାଲ ଆହୁରି ମଧ୍ୟ କହିଥିଲେ, ବିଜେପି ଜାଣିଛନ୍ତି ଯେ ସେମାନେ ଦିଲ୍ଲୀ ଭିତରେ ଆମକୁ ପରାସ୍ତ କରିପାରିବେ ନାହିଁ | ତେଣୁ ଏତେ ସଂଖ୍ୟାଗରିଷ୍ଠତା ସହ ଜିତିବା ସତ୍ତ୍ୱେ ସେମାନେ ମିଥ୍ୟା ଷଡ଼ଯନ୍ତ୍ରରେ ରଚିଛନ୍ତି ଯେ, କେଜ୍ରିୱାଲଙ୍କୁ ଇସ୍ତଫା ଦେବାକୁ ପଡିବ ଏବଂ ସରକାରର ହେବ ପତନ | ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ହେମନ୍ତ ସୋରେନ ମଧ୍ୟ ଇସ୍ତଫା ଦେବା ଉଚିତ ନୁହେଁ | ସେ ଜେଲରୁ ସରକାର ଚଳାଇବା ଉଚିତ | ଏଭଳି ପରିସ୍ଥିତିରେ, ଯେଉଁଠାରେ ସେମାନେ ନିର୍ବାଚନରେ ହାରିବେ, ସେମାନେ ସେହି ସ୍ଥାନର ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ପକାଇ ସରକାରକୁ ଟପିଯିବେ। ଆଜି ଯଦି ମୁଁ ଦିଲ୍ଲୀ ଜେଲରୁ ଇସ୍ତଫା ଦେଉ ନାହିଁ, ତେବେ ମୁଁ ଏହି ଏକଛତ୍ରବାଦୀ ଶାସନ ବିରୋଧରେ ଲଢ଼ୁଛି । ମୁଁ କୌଣସି ପଦ ପାଇଁ ଲୋଭୀ ନୁହେଁ, ଦେଶ ନାମରେ ୧00 ସିଏମ୍ ଚେୟାର ବଳି ଦିଆଯାଇଛି |