Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ “ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ”..

ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସମ୍ଭାବନା ସାର ସ୍ୱତ ସାଂସ୍କୃତିକ ପରିଷଦ ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ପରିଷଦ ର କର୍ମ କର୍ତ୍ତା ବୃନ୍ଦ। ଏହି ସାକ୍ଷାତ କାରରେ ପରିଷଦ ର ଉପଦେଷ୍ଟା ଶ୍ରୀମତୀ ଇ. ମାହେଶ୍ୱରୀ ଦୋରା, ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ମଲ୍ଲ, ସଂଗଠନ ସମ୍ପାଦକ ସନ୍ତୋଷ କୁମାର ପାଣି, ମୃତ୍ୟୁଞ୍ଜୟ ରଥ ଓ ଅନ୍ୟତମ ସଦସ୍ୟ ଗଣପତି ପ୍ରଧାନ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ତାହାଙ୍କ ବାସ ଭବନ ରେ ସମ୍ବର୍ଦ୍ଧିତ କରିଥିଲେ ।

ତା ସହିତ ପରିଷଦ ର ଆଗାମୀ ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ସମାବେଶ କୁ ଉଦଘାଟିତ କରିବା ପାଇଁ ନମ୍ର ନିବେଦନ ରଖିଥିଲେ। ଯୁବ କଳା କାର ଗଣମାଧ୍ୟମର  ଟେକ୍ନିକାଲ କର୍ମ ଚାରୀ ଏହି ସୌଜନ୍ୟ ମୂଳକ ସାକ୍ଷାତ ରେ ସହଯୋଗ କରିଥିଲେ। ସମ୍ଭାବନା ର ରୌପ୍ୟ ଜୟନ୍ତୀ ସମାରୋହ କୁ ଉଦ୍ ଘାଟନ କରିବେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *