କଟକରେ ଦହିବରା ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
1 min readକଟକରେ ଦହିବରା ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଗତକାଲି ଜୁନ ୧୭ ତାରିଖ ଦଦିନ କଟକ ଗସ୍ତରେ ଆସି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଥିଲେ | ଏହାପରେ ବକ୍ସି ବଜାର ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ଦାସ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ |
ଜୁନ ୧୭ ତରଖି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଓଙ୍କୁ କଟକର CDA ସ୍ଥିତ ଘରେ ଭେଟିଛନ୍ତି | ଶାମୀରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବା ସହ ଅନେକ ବିଜେପିର ତୁଙ୍ଗ ନେତା ସହ ସାକ୍ଷାତ କରିଥିଲେ | ସମସ୍ତେ ମିଶି ଦହିବରା ଆଳୁଦମ ଖାଇବା ସହ ଅନେକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା | ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ଏବଂ କଟକ ସଦର ବିଧାୟକ ସାମିଲ ଥିଲେ |