Pratidin TV

Odisha's Digital News Platform

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ବୁଲିଲେ ପୂଜା ମଣ୍ଡପ ।

1 min read

ଶାରଦୀୟ ଦୁର୍ଗାପୂଜା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଠାରୁ ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ରୁ ଏକ ସ୍ଵତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଆସି ଅପରାହ୍ନ ୫ ଟା ସମୟ ରେ ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପ ରେ ଅବତରଣ କରିବା ପରେ କାର ଯୋଗେ ସିଧା ସର୍କିଟ ହାଉସକୁ ଯାଇ କିଛି ସମୟ ବିଶ୍ରାମ ନେଇଥିଲେ ।

ଏହା ପରେ ବାମପାର ସ୍ଥିତ ସାଇ ମନ୍ଦିର କୁ ୬ ଟା ସମୟ ରେ ଯାଇ ସେଠାରେ ଠାକୁର ଦର୍ଶନ କରିବା ପରେ ସେଠାରୁ ନିଉ କଲୋନୀ ସ୍ଥିତ ଦୁର୍ଗା ମଣ୍ଡପକୁ ଯାଇ ମା ଦୁର୍ଗା ଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ ଓ ପୂଜା କମିଟିର ସଦସ୍ୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଏହା ପରେ ଟେଲିଫୋନ ଏକ୍ସଚେଞ୍ଜ ଛକ ଠାରେ ବଙ୍ଗାଳୀ ସମାଜ ପକ୍ଷରୁ ହୋଇଥିବା ଦୁର୍ଗା ମଣ୍ଡପକୁ ଯାଇ ମାଙ୍କୁ ଦର୍ଶନ କରି ଥିଲେ ।

Advertisement

ସେଠାରୁ ବୁଲାଦାର ସାହୀ ସ୍ଥିତ ଗୁଜରାଟି ସମାଜ ଦୁର୍ଗା ମଣ୍ଡପ ଠାରେ ପ୍ରାୟ ଦୁଇ ଘଣ୍ଟା ସମୟ ବିତେଇବା ପରେ ୧୨.୩୦ ମିନିଟ ସମୟ ରେ ସର୍କିଟ ହାଉସ ଫେରି ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସକାଳ ୮ ସମୟରେ ସର୍କିଟ ହାଉସ ରୁ ପ୍ରଥମେ ତାଙ୍କ ନିଜ ଗାଁ ରାଇକଳା କୁ ଯାଇ ସେଠାରେ କିଛି ଘଣ୍ଟା ରହିବା ପରେ ବିଭିନ୍ନ ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *