Pratidin TV

Odisha's Digital News Platform

ଭିଡ ଦେଖି ଦିନକ ପାଇଁ ବଢିଲା ବାଲିଯାତ୍ରା,..

1 min read

ଆଜି ଶେଷ ହେବାକୁ ଯାଉଥିଲା ବିଶ୍ୱପ୍ରସିଦ୍ଧ କଟକର ଐତିହାସିକ ବାଲିଯାତ୍ରା । ତେବେ ଲୋକଙ୍କ ଆଗ୍ରହକୁ ନଜରରେ ରଖି ଆଉ ଗୋଟିଏ ଦିନ ବଢିଲା କଟକର ବାଲିଯାତ୍ରା । ବାଲିଯାତ୍ରାର ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା, ଆଜି ସରିଥାନ୍ତା । ତେବେ ଆଉ ଦିନଟିଏ ବଢ଼ାଇବା ପରେ ଆସନ୍ତାକାଲି ଯାଏଁ ଲୋକେ ବାଲିଯାତ୍ରା ବୁଲିବା ସହ ମଜା ଉଠାଇ ପାରିବେ ।ପ୍ରତ୍ୟେକ ଦିନ ବାଲିଯାତ୍ରାକୁ ହଜାର ହଜାର ଦର୍ଶକ ବୁଲିବାକୁ ଆସୁଛନ୍ତି ।

କିଣାକିଣି ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଛନ୍ତି ।ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି । କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି । ଏଥି ସହିତ ୩୦ ଫୁଟ୍ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍‌, ଲେଜର ଶୋ’ ଆଦି କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *