ଭଉଁରୀ ଯାତ୍ରା ପୀଡ଼ିତଙ୍କୁ ମେଡିକାଲ୍ ରେ ପହଞ୍ଚି ଶାନ୍ତ୍ବନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ
1 min readପୁରୀ ବାଣ ବିସ୍ଫୋରଣ ଘଟଣାରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଭୁବନେଶ୍ୱର ସମ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି | ଏହାସହ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ | ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁଯାୟୀ, ନରେନ୍ଦ୍ର ପୁଷ୍କରିଣୀରେ ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ଘଟିଥିଲା ବାଣ ବିସ୍ଫୋରଣ | ଏହି ଅଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି | ଫଳରେ ମୃତ୍ୟୁ ସଂଖ୍ୟା ୩କୁ ପହଞ୍ଚିଛି | ଏସସିବି ମେଡିକାଲରେ ଜଣେ ଏବଂ ହାଇଟେକ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ହୋଇଥିଲା ଜଣଙ୍କର ମୃତ୍ୟୁ | ତେବେ ବର୍ତ୍ତମାନ ସୁଦ୍ଧା ୩0 ଜଣ ଆହତଙ୍କର ଚାଲିଛି ଚିକିତ୍ସା | ଆହତମାନେ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି |
ତେବେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି ଟ୍ୱିଟ କରିଥିଲେ | ଏହାସହ ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ତଦାରଖ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନଙ୍କୁନିର୍ଦ୍ଦେଶ ଦେଇଥିଲେ | ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆହତମାନଙ୍କର ସମସ୍ତ ଚିକିତ୍ସା ବହନ କରିଯିବ ବୋଲି ସ୍ପଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ |