ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ ଯୋଗୀ, ୧୫ ଦିନ ମଧ୍ୟରେ ହେବ ସମସ୍ତ ସମାଧାନ
1 min readଲମ୍ବା ଲାଇନ କରି ବସିଥାନ୍ତି ଶହ ଶହ ଲୋକ | ଯାହାଙ୍କୁ ଦେଖି ହଠାତ ଦୌଡ଼ି ଆସିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ |ଶହ ଶହ ଲୋକେ ହାତରେ ଅଭିଯୋଗ ପତ୍ର ଏବଂ ମନରେ ଆଶା ଏବଂ ବିଶ୍ୱାସ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି ତାଙ୍କ ନିକଟକୁ ଆସିଥିଲେ |
ଏହି ପରିପ୍ରେକ୍ଷୀରେ ଗୋରଖପୁର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ମଧ୍ୟ ଶୁଣିଛନ୍ତି | ଏହି ସମୟରେ ସେ ଗୋଟି ଗୋଟି ଲୋକଙ୍କ ଅଭିଯୋଗ ଶୁଣିବା ସହ ୧୫ ଦିନ ମଧ୍ୟରେ ସମସ୍ତ ଅଭିଯୋଗର ସମାଧାନ କରିବା ସହ ଅଭିଯୋଗକ ୫ଙ୍କୁ ଡାକି ତାଙ୍କ ସମସ୍ୟାର ସମାଧାନ ହୋଚି କି ନାହିଁ ପଚାରି ବୁଝିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |
ଗୋରଖପୁର ମାଣ୍ଡିଆରେ ଦର୍ଶନ କରିବାକୁ ଆସି ପ୍ରାୟ ୩ ଶହ ଲୋକଙ୍କୁ ଭେଟିଥିଲେ ଯୋଗୀ | ମୁଖ୍ୟମନ୍ତ୍ରୀ ନିଜେ ମନ୍ଦିର କମ୍ପ୍ଲେକ୍ସର ମହନ୍ତ ଡିଜି ବିଜୟନାଥ ସ୍ମୃତି ଭବନ ଅଡିଟୋରିୟମରେ ଚୌକିରେ ବସିଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଗୋଟେ ପରେ ଗୋଟେ ଶୁଣିଥିଲେ | ଏହାସହ ସମସ୍ତଙ୍କ ସମସ୍ୟାର ସମାଧାନ ତୁରନ୍ତ ହେବା ନେଇ ସେ ଦେଇଛନ୍ତି ପ୍ରତିଶୃତି |