Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀଙ୍କ ବିଗ୍ ଆକ୍ସନ ; ୨୨ ଜଣ OSS ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ।

ବଦଳିଲା ସରକାର ବଦଳିଲା ନିୟମ । ଦାୟିତ୍ୱ ଗ୍ରହଣ କରୁ କରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେଇଛନ୍ତି ବଡ ଆକ୍ସନ । ବୟସ୍କ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ନିର୍ଦ୍ଦେଶ ଦେେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ବୟସ କାରଣରୁ ଗୃହ ବିଭାଗ ଅନ୍ତର୍ଗତ ୨୨ ଜଣ ଓଏସଏସ କ୍ୟାଡରର ସରକାରୀ କର୍ମଚାରୀଙ୍କୁ ଆସନ୍ତା ୩୦ ତାରିଖରୁ ଅବସର ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ନବୀନ ସରକାରଙ୍କ ସମୟରେ ଏହି ୨୨ ଜଣ ଅବସର ବୟସ ପରେ ମଧ୍ୟ ଦାୟିତ୍ୱରେ ଥିଲେ । କିନ୍ତୁ ବର୍ତ୍ତମାନ ନୂଆ ମୁଖ୍ୟମନ୍ତ୍ରୀ ଆସିବା ପରେ ଏହି ୨୨ ଜଣ ସରକାରୀ ଅଧିକାରୀଙ୍କୁ ତୁରନ୍ତ ଅବସର ନେବା ପାଇଁ ତାଗିଦ୍ କରାଯାଇଛି । ତେବେ ଏହି ୨୨ ଜଣ ଅଫିସର ହେଉଛନ୍ତି – ପ୍ରଦୀପ କୁମାର ବେହେରା , ମାୟାଧର ପଟ୍ଟାୟତ , ନୃସିଂହ ଚରଣ ମିଶ୍ର ,ଚିତ୍ତରଞ୍ଜନ ମହାନ୍ତି ଏବଂ ଅଭୟ କୁମାର ମହାନ୍ତି ଆଦି । ତେବେ ଗତକାଲି ମଧ୍ୟ ବିଜେଡି ସରକାରର ଉପଦେଷ୍ଟା ମାନଙ୍କୁ ହଟାଇଥିଲେ ବିଜେପି ସରକାର ।

ବିଜେଡି ସରକାରରେ ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ପ୍ରାୟ ୧୫୦ ରୁ ଅଧିକ ନେତାଙ୍କୁ ଦାୟିତ୍ୱର ହଟାଇଦିଆଯାଇଛି । ଏହି ଉପଦେଷ୍ଟା ମାନଙ୍କ ଯୋଗୁ ସରକାରଙ୍କ କାର୍ଯ୍ୟକ୍ରମ ଓ କାର୍ଯ୍ୟଦକ୍ଷତା ବୃଦ୍ଧିରେ କୌଣସି ଉନ୍ନତି ପରିଲକ୍ଷିତ ହେନଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି ନିଷ୍ପତ୍ତି ନେଇଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଅ।।ଯାଇଥିଲା ।

Leave a Reply

Your email address will not be published. Required fields are marked *