Pratidin TV

Odisha's Digital News Platform

ମସଜିଦ୍ ବାହାରେ ଭିକମାଗୁଥିଲା ୧୦ ବର୍ଷର ଶିଶୁ ,ବାହାରିଲେ କୋଟିପତି ..

1 min read

ନୂଆଦିଲ୍ଲୀ : ଭିକ୍ଷାମାଗି ଚଳୁଥିଲେ ବାଳକ । ଘରକୁ ଫେରି ହୋଇଯାଇଛନ୍ତି କୋଟିତି । ୧ ବର୍ଷ ହେବ ଘରୁ ଗାଏବ ହୋଇଯାଇଥିଲେ । ପରିବାର ଲୋକଙ୍କ ଆଶା ନଥିଲା ଯେ ସେ କେବେ ଫେରିବେ ବୋଲି । କିନ୍ତୁ ଫେରିକି ହେଲେ କୋଟିପତି । ଉତ୍ତରପ୍ରଦେଶ ରୁଡ଼କୀ ନିକଟସ୍ଥ ସିରିନ୍ କାଲିୟାର୍ ଶରୀଫ୍ ପରିସର ଭିତରେ ଓ ବାହାରେ ଭିକ୍ଷାମାଗି ଚଳୁଥିବା ଏହି ବାଳକଙ୍କୁ ନେଇ ଏବେ ଚର୍ଚ୍ଚା ଜୋ ର୍ ଧରିଛି ।ସେ ହେଉଛନ୍ତି ୧୦ ବର୍ଷିୟ ଶାହଜେବ୍ ଆଲାମ୍ ।

Advertisement

ଉତ୍ତର ପ୍ରଦେଶର ସହାରଣୁର ଣ୍ଡୌଲୀ ଗ୍ରାମର ବାସିନ୍ଦା ମହମ୍ମଦ୍ ନୱେଦ୍ ଓ ଇମ୍ରାନା ବେଗମ୍‌ଙ୍କର ପୁଅ ସାହେବାଜ୍ । ଦୀର୍ଘ ଦିନର ଅସୁସ୍ଥତା ପରେ ୨୦୧୯ରେ ମହମ୍ମଦ୍ ନୱେଦ୍‌ଙ୍କର ମୃତ୍ୟୁ ଘଟିଥିଲା । ନୱେଦ୍‌ଙ୍କର ମୃତ୍ୟୁର କିଛି ମାସ ପୂର୍ବରୁ ଇମ୍ରାନା ପୁଅ ଶାହଜେବ୍କୁ ନେଇ ଯମୁନାନଗରରେ ଥିବା ବାପଘରେ ରହୁଥିଲେ । ପରେ ସେ ରୋଜଗାର ଆଶାରେ ପିରାନ୍ କାଲିୟାର୍କୁ ଯାଇ ଏଣୁତେଣୁ କାମ କରି ଗୁଜରାଣ ମେଣ୍ଟାଇଲେ । ୨୦୨୧ରେ ଇମ୍ରାନଙ୍କର କରୋନାରେ ମୃତ୍ୟୁ ଘଟିଲା ।

ତେଣୁ, ପଡ଼ୋଶୀମାନେ ଶାହଜେବ୍ଙ୍କୁ ପରାମର୍ଶ ଦେଲେ କି, ସେ ଯାଇ ପିରାନ୍ କାଲିୟାର୍ ଶରୀଫ୍ ଦର୍ଘାରେ ଆଶ୍ରୟ ନିଅନ୍ତୁ । ଶେଷରେ ବାପାମାଆ ଛେଉଣ୍ଡ ଶାହଜେବ୍ ତାହାହିଁ କଲା ଓ ଭିକମାଗି ଚଳିଲା । କିନ୍ତୁ, ଶାହଜେବ୍କୁ ଜଣା ନ ଥିଲା ଯେ, ତା’ର ଜେଜେ ମହମ୍ମଦ୍ ୟାକୁବ୍ ତାଙ୍କ ସ୍ଥାବର ସମ୍ପତ୍ତିରୁ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ତା’ ନାଁରେ କରିଯାଇଛନ୍ତି । ୨୦୨୧ରେ ଜେଜେ ୟାକୁବ୍ ମୃତ୍ୟୁ ପରେ ଆଇନଗତ ଭାବେ ଗୋଟାଏ ୨ ତାଲା କୋଠା ଓ ୫ ଭିଗା ଜମି ଶାହଜେବ୍ ନାଁକୁ ଗଲେ ବି ଶାହଜେବବ୍ର ପତ୍ତା ମିଳୁ ନ ଥିଲା । ଏହାରେ ଶାହଜେବ୍କୁ ଖୋଜା ଖୋଜି ଚାଲିଲା । ଚାରିଆଡ଼େ ଏ ଖବର ପ୍ରଘଟ ହେବା ପରେ ଗତ ବୁଧବାର ଦିନ ପରିବାର ଲୋକେ ତାଙ୍କ ଠିକଣା ପାଇଲେ । ଜାଣିଲେ ସେ ପିରାନ୍ କାଲିୟାର୍ରେ ଭିକମାଗି ଚଳୁଛି । ତୁରନ୍ତ ସେମାନେ ଆସି ଶାହଜେବ୍କୁ ସାଥିରେ ନେଇଗଲେ । ଶାହ ଆଲାମ୍ ନାମରେ ଶାହଜେବଙ୍କର ଜଣେ ଆତ୍ମୀୟ କହିଛନ୍ତି, ଶାହଜେବ୍କୁ ଫେରି ପାଇଥିବାରୁ ଆମ ପରିବାରରେ ମହୋତ୍ସବ ପାଳନ ହେବା ପରି ଲାଗୁଛି । ଆମେ ତାକୁ ପାଇବାର ସବୁ ଆଶା ଛାଡ଼ିଦେଇଥିଲୁ । କିନ୍ତୁ ଫେରିଛି ଆଉ ଅଧିକ କିଛି ଦରକାର ନାହିଁ ।

Leave a Reply

Your email address will not be published. Required fields are marked *