Pratidin TV

Odisha's Digital News Platform

ଯନ୍ତ୍ରଣାରେ ଛଟପଟ ହେଉଥିଲା୨ବର୍ଷର ଝିଅ, ଡାକ୍ତର ପହଞ୍ଚିବା ପରେ ଘଟିଗଲା କିଛି ଏଭଳି..

1 min read

ଯାଜପୁର: ମାଆ ବାପାଙ୍କ ଆଖି ସାମ୍ନାରେ ଝଟପଟ ହେଉଥିଲା ଝିଅ । ଆଉ ଛୁଆକୁ କଷ୍ଟରେ ଦେଖିରେ ସହି ପାରୁନଥିଲେ ବାପାମାଆ । ଶେଷରେ ତାଙ୍କରି ଆଗରେ ସବୁଦିନ ପାଇଁ ଆଖିବୁଜି ଦେଲା ୨ବର୍ଷ ଝିଅ । ଯାଜପୁର ଜିଲ୍ଲାରେ ଘଟିଛି ଏଭଳି ଦୃହୟ ବିଦାର ଘଟଣା । ତେବେ ସମୂର୍ଣ୍ଣ ଘଟଣାଟି ଥିଲା କିଛି ଏଭଳି । କୁନି ଝିଅର ଦେହ ଭଲ ନଥିଲା ।ଆଉ ତାକୁ ଭଲ କରିବା ଆଶାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ଙ୍କୁ ଦେଖାଇବା ପାଇଁ ଶିଶୁ ଭବନ ଆଣିଥିଲେ ପରିବାର ଲୋକେ । ମାତ୍ର ତାଙ୍କର ସବୁ ଆଶା ପାଣି ଫୋଟକା ପରି ମିଳାଇଗଲା ।

ଝିଅର ଚିକିତ୍ସା ପାଇଁ ଡାକ୍ତରଙ୍କ ଖୋଜା ପଡିଥିବା ବେଳେ ବିଳମ୍ବରେ ଡାକ୍ତର ଆସି ଶିଶୁ କନ୍ୟାଟିକୁ ଦେଖିଥିଲେ । ଯାହା ଫଳରେ ଶିଶୁ କନ୍ୟାଟି ର ମୃତ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁ କନ୍ୟାଙ୍କ ପରିବାର ଲୋକେ । ଏଥିସହ ଡାକ୍ତରଖାନାରେ ଥିବା ନର୍ସ ମାନେ ମଧ୍ୟ ରୋଗୀ ଙ୍କ ସମ୍ପର୍କୀୟଙ୍କ ସହ ର୍ଦୁବ୍ୟବହାର ମଧ୍ୟ କରିଥିବା ଅଭିଯୋଗ କରାଯାଇଛି । ଏମିତି କି ଝିଅର ମୃତ ପରେ ମଧ୍ୟ କଟକ କୁ ସ୍ଥାନାନ୍ତରିତ କରିବାକୁ ଡାକ୍ତର କହିଥିବା ଅଭିଯୋଗ ଆଣିଛନ୍ତି ଶିଶୁ କନ୍ୟାର ବାପା । କୁନି ଝିଅର ମୃତ୍ୟୁରେ ଉତ୍ୟକ୍ତ ହୋଇ ପରିବାର ଲୋକେ ମେଡିକାଲରେ ହୋହଲ୍ଲା ଆରମ୍ଭ କରିଦେଇଥିଲେ । ଫଳରେ ଘଟଣାସ୍ଥଳରେ ଯାଜପୁର ଟାଉନ ଥାନା ଏବଂ ସଦର ଥାନାର ବ୍ୟାପକ ପୋଲିସ ମୁତୟନ ହୋଇଥିବା ଜଣାଯାଇଛି । ତେବେ ଘଟଣା ସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଂଚି ଘଟଣା ବୁଝିବା ସହ ବହୂ ବୁଝାସୁଝା ପରେ ଉତେଜନା ଶାନ୍ତ ପଡିଥିବା ଜଣାପଡିଛି ।

Advertisement

ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ ସିମିଳିଆ ଗ୍ରାମର ବାସିନ୍ଦା ହେଉଛନ୍ତି ଅଜିତ ନାୟକ । ତାଙ୍କର ଏକ ମାତ୍ର ଦୁଇ ବର୍ଷ ର ଶିଶୁ କନ୍ୟାକୁ କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ପିଲାଟିକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ବିଳମ୍ବରେ ଆସିଥିବାରୁ ଝିଅର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣି ଡାକ୍ତରଖାନାରେ ପାଟିଗୋଳ କରିଥିଲେ । ଏପରିକି ଚିକିତ୍ସା ଅବହେଳାରୁ ପିଲାଟିର ମୃତ୍ୟୁ ହୋଇ ଯାଇଥିବା ଦାବି କରିଛନ୍ତି ମାଆବାପା କହିଥିଲେ ।

Leave a Reply

Your email address will not be published. Required fields are marked *