Pratidin TV

Odisha's Digital News Platform

ଢେଙ୍କାନାଳରେ ବଢୁଛି ସ୍କେଟିଂର ଚାହିଦା , ଯୁବପୀଢି ଓ ଶିଶୁମାନଙ୍କ ପାଇଁ ସ୍କେଟିଂ ପାଲଟିଛି

1 min read

ଢେଙ୍କାନାଳ : ସ୍କେଟିଂ ର ଇତିହାସ ପ୍ରାୟ ୫୦୦୦ ବର୍ଷ ପୁରୁଣା । ଏକଦା ବରଫାବୃତ୍ତ ଦେଶରେ ସ୍କେଟିଂ କୁ ମାଧ୍ୟମ କରି ଲୋକେ ସୁବିଧା ରେ ଯାତାୟାତ କରୁଥିଲେ । ତେବେ ଆଧୁନିକ ସ୍କ୍କେଟିଂ ସପ୍ତଦଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା । ସମାୟାନୁକ୍ରମେ ଏଥିରେ ଅନେକ ପରିବର୍ତ୍ତନ ଆସିଛି । ଦୁଃଶାହାସିକ କ୍ରୀଡ଼ା କୌଶଳ ପ୍ରଦର୍ଶନ ରେ ଆଗ୍ରହୀ ଯୁବ ପିଢି ଙ୍କ ପାଇଁ ଏହା ଏବେ ପାଲଟିଛି ସଉକ । ଢେଙ୍କାନାଳ ସହର ରେ ମଧ୍ୟ ସ୍କେଟିଂ କୁ ନେଇ ଛୋଟ ପିଲା ଓ ଯୁବ ପିଢି ଙ୍କ ମଧ୍ୟରେ ବଢିଛି ଉତ୍ସାହ । ଢେଙ୍କାନାଳ ସହରର ଗୁରୁଦେବଜୀ ଗୁରୁକୁଳ ଏକାଡ଼େମୀ ପକ୍ଷରୁ ୨୦୧୭ ମସିହାରୁ ସହରରେ ଆରମ୍ଭ ହୋଇଛି ସ୍କେଟିଂ ପ୍ରଶିକ୍ଷଣ । ଅନୁଷ୍ଠାନର ପ୍ରଶିକ୍ଷକ ଇଂ ସୋମ୍ୟବ୍ରତ ସାହୁ ପ୍ରଶିକ୍ଷଣ ଦେଉଛନ୍ତି ।

ବର୍ତମାନ ମୋଟ ୩୦ ଜଣ ପ୍ରଶିକ୍ଷଣ ନେଉଛନ୍ତି । ସ୍କେଟିଂ ପାଇଁ ଦୁର୍ବଳ ଭିତ୍ତିଭୂମି ଥିଲେ ସୁଦ୍ଧା ପ୍ରଶିକ୍ଷଣ ଜାରି ରହିଛି । ୨୦୨୧ ରେ ପ୍ରତିଷ୍ଠିତ ସ୍ପୋଟସ କଂପ୍ଲେସ ରେ ଭିତ୍ତିଭୁମି ନ ଥାଇ ମଧ୍ୟ ପ୍ରଶିକ୍ଷଣ ଜାରି ରହିଛି । ୨୦୧୯ ରେ ଅନୁଷ୍ଠାନ ପକ୍ଷରୁ ୨ ଜଣ ଖେଳାଳି ଛଡ଼ିଶଗଡ଼ ରେ ଅନୁଷ୍ଠିତ ହୋଇ ଯାଇଥିବା ଜାତୀୟ ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ ।ସ୍କେଟିଂ ର ଚାହିଦା ବୃଦ୍ଧି କୁ ଦେଖି ଏକ ଉନ୍ନତ ମାନର ଟ୍ରାକ କରିବା ପାଇଁ ପ୍ରଶିକ୍ଷାର୍ଥୀ ଓ ଅଭିଭାବକ ଙ୍କ ମହଲ ରେ ଦାବୀ ହେଉଛି ।

Advertisement

Leave a Reply

Your email address will not be published. Required fields are marked *