Pratidin TV

Odisha's Digital News Platform

ନାବାଳିକା ନାତୁଣୀକୁ ବଞ୍ଚାଇଦେଲା ବୁଢା ଅଜା ; ବୁଦ୍ଧି ଖଟାଇ ଅଟକାଇଲା ବାଲ୍ୟ ବିବାହ …

1 min read

କଟକ : ନାବାଳିକା ନାତୁଣୀର ଜୀବନ ବଞ୍ଚାଇଦେଲା ବୁଢା ଅଜା । ବନ୍ଧ କରାଇଲା ନିଜ ନାତୁଣୀର ବାଲ୍ୟ ବିବାହ । ଏଭଳି ଏକ ଅବାବନୀୟ ଘଟଣା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ କଟକ ଜିଲ୍ଲା ଆଠଗଡ଼ ଗୁରୁଡିଝାଟିଆ ଅଞ୍ଚଳରୁ ସାମ୍ନାକୁ ଆସିଛି ।
ଗୁରୁଡିଝାଟିଆ ଅଞ୍ଚଳର ଜଣେ ନାବାଳିକାକୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତ ମଧ୍ୟ ପ୍ରଦେଶର ଅଞ୍ଚଳର ଜଣେ ଯୁବକ ସହ ବାହା କରାଉ ଥିବା ବେଳେ ନାବାଳିକାର ଅଜା ଚାଇଲ୍ଡ ଲାଇନକୁ ଖବର ଦେଇଥିଲା।

ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ। ହେଲେ ପୋଲିସ ପହଞ୍ଚି ବା ବେଳକୁ ବର ଫେରାର ହୋଇଯାଇଥିବା ବେଳେ ଦୁଇ ଜଣ ଦଲାଲ୍ ସହ ପରିବାର ଲୋକେଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଆଣିଥିଲେ। ଏହା ପରେ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ନାବାଳିକାକୁ ସି ଡବ୍ଲ୍ୟୁ ସିରେ ହାଜର କରାଯାଇଥିଲା। ତେବେ ଅଜା ନାତୁଣୀର ଭବିଷ୍ୟତ ଅନ୍ଧାର ହେଉଥିବା ଜାଣି ଏପରି ପଦକ୍ଷେପ ନେଇଥିବାରୁ ପ୍ରଶଂସାର ପାତ୍ର। ତେବେ CWC ଅଧଃକ୍ଷଙ୍କ କହିବାନୁସାରେ , ଗତକାଲି ଅପରାହ୍ନରେ କଟକ ଗଡ଼ଗଡ଼ିଆ ମନ୍ଦିରରେ ଏକ ନାବାଳିକାକୁ ବଳ ପୂର୍ବକ ବିବାହ କରଯାଉଥିଲା। ଯାହାର ଖବର ପାଇ CWC ଘଟଣା ସସ୍ଥଳରେ ପହଞ୍ଚି ନାବାଳିକାକୁ ଉଧାର କରିବା ସହିତ ସ୍ତାନୀୟ ପୋଲିସର ସହାୟତାରେ ଦୁଇ ଜଣ ମିଡ଼ିଲ ମ୍ୟାନଙ୍କୁ ଅଟକ ରଖିଥିଲା ପୋଲିସ।

ତେବେ ବର୍ତ୍ତମାନ ସମୟରେ ଉକ୍ତ ନାବାଳିକା ଜଣଙ୍କ ସିଡିଏ ବସୁନ୍ଧରାରେ ରହିଥିଲା ବେଳେ ତାହାର ବୟାନ ରେକର୍ଡ ଶେଷ ହୋଇଛି। ଆହୁରି ତଦନ୍ତ ବାକି ରହିଛି। ମାନବ ଚାଲାଣର ମଧ୍ୟ ଗନ୍ଧ ବାରିଛି ବିଭାଗ। ଯାହାକୁ ନେଇ କ୍ୟଣ୍ଟନମେଣ୍ଟ ଥାନାରେ ଏତେଲା ଦିଆଯାଇଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏହି ବିବାହ କରାଯାଉଥିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି CWC ଅଧକ୍ଷ। ସେହିଭଳି କଟକ ଖାନ ନଗର ଅଞ୍ଚଳର ଲୋକନାଥ ସାହୁ ଜଣେ ନାବାଳିକା ଙ୍କୁ ବିବାହ କରିବା ପରେ ଗତ କାଲି ଭୋଜି ଚାଲିଥିବା ବେଳେ ପୋଲିସ ଓ CWC ଟିମ୍ ଚଢାଉ କରି ନାବାଳିକାଙ୍କୁ ବସୁନ୍ଧରାରେ ଛାଡିଥିଲା। ନାବାଳିକା ବିବାହ କରିବା ଏକ ଅପରାଧ ଓ ଏଥିପାଇଁ କଡା ଆଇନ ରହିଥିବା କଥା କହିଛନ୍ତି CWC ର କଟକ ଅଧକ୍ଷ।

Leave a Reply

Your email address will not be published. Required fields are marked *