Pratidin TV

Odisha's Digital News Platform

୧୬ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ୍ ମିଡିଆ ବ୍ୟାନ୍ ….

1 min read

ସରକାର ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ କଟକଣା ଜାରି ନିମନ୍ତେ ଆଇନ ପ୍ରସ୍ତୁତ କରିବେ । ଯଦି ସାମାଜିକ ଗଣମାଧ୍ୟମଗୁଡ଼ିକ ଏଥିରେ ବିଫଳ ହୁଅନ୍ତି ସେ କ୍ଷେତ୍ରରେ ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ ଏବଂ ଟିକ୍‌ଟକ୍ ଭଳି ପ୍ଲାଟଫର୍ମ ଉପରେ ଜୋରିମାନା ଲାଗୁ କରାଯିବ । ଯୁବପିଢ଼ିର ମାନସିକ ସ୍ଵାସ୍ଥ୍ୟ ଏବଂ ସୁରକ୍ଷା ନିମନ୍ତେ ସାମାଜିକ ଗଣମାଧ୍ୟମର ପ୍ରଭାବ ଚିନ୍ତାଜନକ ହୋଇପଡ଼ିଥିବା ବେଳେ, ଏହି ପଦକ୍ଷେପକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି । ଏହି ନିୟମ ଅଷ୍ଟ୍ରେଲିଆ ରେ ପ୍ରଣୟନ କରାଯିବ ।

ପ୍ରଧାନମନ୍ତ୍ରୀ ଆଟ୍ରୋନି ଆଲ୍‌ବାନିଜ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସରକାର ଚଳିତମାସରେ ସଂସଦରେ ଏ ସଂପର୍କିତବିଧେୟକ ଆଗତ କରିବେ । ସରକାର ଛୋଟ ପିଲାମାନଙ୍କର ଅନ୍‌ଲାଇନ୍ ସୁରକ୍ଷା ପ୍ରତି ସଚେତନ ଅଛନ୍ତି ବୋଲି ସେ କହିଛନ୍ତି । ସେଠାକାର ଯୋଗାଯୋଗ ମନ୍ତ୍ରୀ ମିସେଲ୍ ରୋନାଲଡ୍ କହିଛନ୍ତି ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ ବାୟୋମେଟ୍ରିକ୍ ସ୍କାନ୍ କିମ୍ବା ବୟସ ଯାଞ୍ଚ ଭଳି ବ୍ୟବସ୍ଥା ଲାଗୁ କରିପାରିବେ । ତେବେ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ୧୬ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କିମ୍ବା ସେମାନଙ୍କ ପିତାମାତାଙ୍କ ପାଇଁ କୌଣସି ଦଣ୍ଡ ବ୍ୟବସ୍ଥା ନାହିଁ, କିନ୍ତୁ ସାମାଜିକ ଗଣମାଧ୍ୟମ ଗୁଡ଼ିକର ଯୁବ ବ୍ୟବହାରକାରୀମାନଙ୍କୁ ବ୍ଲକ୍ ନ କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *